ଭକ୍ତି ସଙ୍ଗୀତ ଆଲବମ ଜୟ ତୁଳସୀ ମା ପ୍ରସ୍ତୁତ
କେନ୍ଦ୍ରାପଡ଼ା, ୧୫ ସେପ୍ଟେମ୍ବର(ହି.ସ.) – ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ପରମ ଅଧିଷ୍ଠାତ୍ରୀ ତଥା ତୁଳସୀ କ୍ଷେତ୍ରାଧିଶ୍ୱରୀ ମା ତୁଳସୀ ଦେବୀଙ୍କ ନାମରେ ନାମିତ ଭକ୍ତି ସଙ୍ଗୀତ ଆଲବମ୍ ଜୟ ତୁଳସୀ ମା’ ଇତି ମଧ୍ୟରେ କଟକର ସିଡ଼ିଏ - ସେକ୍ଟର -୯ ସ୍ଥିତ ଶ୍ରୀନୀତି ଷ୍ଟୁଡ଼ିଓରେ ସଫଳତାର ସହିତ ରେକର୍ଡିଙ୍ଗ୍‌,
ଭକ୍ତି ସଙ୍ଗୀତ ଆଲବମ ଜୟ ତୁଳସୀ ମା ପ୍ରସ୍ତୁତ


କେନ୍ଦ୍ରାପଡ଼ା, ୧୫ ସେପ୍ଟେମ୍ବର(ହି.ସ.) – ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ପରମ ଅଧିଷ୍ଠାତ୍ରୀ ତଥା ତୁଳସୀ କ୍ଷେତ୍ରାଧିଶ୍ୱରୀ ମା ତୁଳସୀ ଦେବୀଙ୍କ ନାମରେ ନାମିତ ଭକ୍ତି ସଙ୍ଗୀତ ଆଲବମ୍ ଜୟ ତୁଳସୀ ମା’ ଇତି ମଧ୍ୟରେ କଟକର ସିଡ଼ିଏ - ସେକ୍ଟର -୯ ସ୍ଥିତ ଶ୍ରୀନୀତି ଷ୍ଟୁଡ଼ିଓରେ ସଫଳତାର ସହିତ ରେକର୍ଡିଙ୍ଗ୍‌, ଡ୍ୱିଙ୍ଗ୍ ଏବଂ ମିକ୍ସିଙ୍ଗ୍ ହୋଇ ମୁକ୍ତିଲାଭ ଅପେକ୍ଷାରେ ରହିଛି। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ଦ୍ୱାରା ନିବେଦିତ ଏହି ଆଲବମ୍‌ରେ ଆଠ ଗୋଟି ଭଜନ ମଧ୍ୟରୁ ଗୀତିକାର ବିମଳ ପ୍ରସାଦ ପରିଡା ୬ଟି ଏବଂ ଅଭୟ କୁମାର ମହାନ୍ତି ୨ଟି ଗୀତ ଲେଖିଛନ୍ତି। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଆଲବମ୍‌ରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାଶ ଗୋଟିଏ, ସୌରଭ ନାୟକ ୨ଟି , ନିରୁପମା ଜେନା ୩ଟି, ବିମଳ ପରିଡା ୧ଟି ଏବଂ ପଦ୍ମାବତୀ ଦ୍ୱିବେଦୀ ଗୋଟିଏ ଭଜନ ଗାଇଛନ୍ତି। ଭଜନ ଗୁଡ଼ିକ ମା ତୁଳସୀଙ୍କ ସମେତ ଶ୍ରୀ ସିଦ୍ଧ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦୁର୍ଗତି ନାଶିନୀ ମା ଦୂର୍ଗାଙ୍କ ଉପରେ ଆଧାରିତ। ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ ଏବଂ ନରେନ୍ଦ୍ର ମହାପାତ୍ର ବାଦ୍ୟ ଯନ୍ତ୍ର ସଙ୍ଗୀତ ପରିଚାଳନା କରିଛନ୍ତି। ନରେନ୍ଦ୍ର, ସୋନୁ ଏବଂ ୍ୱାପି ବାଦ୍ୟ ଯନ୍ତ୍ରରେ ସହାୟତା କରିଛନ୍ତି। ଶ୍ରୀମତୀ ଧୀରାମଣି ପରିଡା ଏବଂ ଅଭୟ ମହାନ୍ତିଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ଆଲ୍ୱମ୍ ପାଇଁ କ୍ଷୀରୋଦ ପ୍ରସାଦ ଦାସ, ଶୁଭଙ୍କର ନାୟକ, ରଞ୍ଜନ ବରାଳ, ଅଜୟ ଜେନା, ବିଶ୍ୱଜିତ ପରିଡା, ସୁଶ୍ରୀ ସଙ୍ଗୀତା ଜେନା, ଦିବ୍ୟଜ୍ୟୋତି ପରିଡା, ଇତିଶ୍ରୀ ଖୁଣ୍ଟିଆ, ରାଧା ମୋହନ ଜେନା ସହଯୋଗ କରିଥିଲେ। ଭିନ୍ନ ସ୍ୱାଦର ଏହି ଆଲ୍ୱମ୍ ର ସମସ୍ତ ସଫଳତା କାମନା କରିବା ସହିତ ଏହାକୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଅନନ୍ତ ବେଶ ଅବସରରେ ଲୋକାର୍ପିତ କରାଯିବ ବୋଲି ଗାୟକ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande