ସରକାରଙ୍କ ପାଖରେ ଯଥେଷ୍ଟ ସାର ଅଛି - ସମବାୟ ମନ୍ତ୍ରୀ
ଭୁବନେଶ୍ୱର,୧୫ ସେପ୍ଟେମ୍ବର (ହି.ସ) - ସରକାରଙ୍କ ପାଖରେ ଯଥେଷ୍ଟ ସାର ଅଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି। ସରକାର ପାଖରେ ଆହୁରି ୧ ଲକ୍ଷ ୮୦ ହଜାର ଟନ ସାର ମହଜୁଦ ଅଛି । ଗତ ବର୍ଷ ଚଳିତ ମାସ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ ସାର ବଂଟା ଯାଇଥିଲା। ଚଳିତ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ
ସରକାରଙ୍କ ପାଖରେ ଯଥେଷ୍ଟ ସାର ଅଛି - ସମବାୟ ମନ୍ତ୍ରୀ


ଭୁବନେଶ୍ୱର,୧୫ ସେପ୍ଟେମ୍ବର (ହି.ସ) - ସରକାରଙ୍କ ପାଖରେ ଯଥେଷ୍ଟ ସାର ଅଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି। ସରକାର ପାଖରେ ଆହୁରି ୧ ଲକ୍ଷ ୮୦ ହଜାର ଟନ ସାର ମହଜୁଦ ଅଛି । ଗତ ବର୍ଷ ଚଳିତ ମାସ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ ସାର ବଂଟା ଯାଇଥିଲା। ଚଳିତ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ ସାର ବଂଟା ସରିଲାଣି। ପର୍ଯ୍ୟପ୍ତ ସାର ମହଜୁଦ ଅଛି । ଆବଶ୍ୟକ ହେଲେ ଆହୁରି ସାର ମଗେଇବୁ। ବିରୋଧୀ ଲୋକ ସାର ନାହିଁ ବୋଲି ନେରେଟିଭ ତିଆରି କରୁଛନ୍ତି। ଚଳିତ ବର୍ଷ ଅଧିକ ଧାନ ଚାଷ କରାଯାଇଛି। ଆଗୁଆ ବର୍ଷା ଯୋଗୁଁ ଶୀଘ୍ର ସାରର ଦରକାର ହେଲା । ଡିଲରଙ୍କ ଉପରେ ତୀକ୍ଷ୍ଣ ନଜର ଅଛି। ଯେଉଁଠି ସାର କଳାବଜାରୀ ହେବ ଆକ୍ସନ ହେବ। ସେହିପରି ବିଜେଡିର ଆନ୍ଦୋଳନ ନେଇ ସେ କହିଛନ୍ତି ଲୋକେ ସବୁ ଜାଣୁଛନ୍ତି , ବିଜେଡି ଯେତେ ସୋ ବାଜି କଲେ ବି ଲାଭ ଦେବ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande