ଭୋଟ୍ ଚୋର, ଗାଦି ଛାଡ ପ୍ରସଙ୍ଗରେ କଂଗ୍ରେସର ଦେଶବ୍ୟାପୀ ୫ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.) - ଭୋଟ ଚୋରି ପ୍ରସଙ୍ଗ ନେଇଏଆଇସିସି ପକ୍ଷରୁ ୧୫ ସେପ୍ଟେମ୍ବରଠାରୁ ୧୫ ଅକ୍ଟୋବର ଏକମାସବ୍ୟାପୀ ସମଗ୍ର ଦେଶରେ ୫ କୋଟି ଦସ୍ତଖତ ସଂଗ୍ରହ କରାଯିବ। ଓଡିଶାରେ ଦଳର ଅଗଣିତ ନେତା ଓ କର୍ମୀ ଏହି କାର୍ଯ୍ୟରେ ସକ୍ରିୟ ସଂପୃକ୍ତି ଦେଖାଇବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦ
ଭୋଟ୍ ଚୋର, ଗାଦି ଛାଡ ପ୍ରସଙ୍ଗରେ କଂଗ୍ରେସର ଦେଶବ୍ୟାପୀ ୫ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ


ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.) - ଭୋଟ ଚୋରି ପ୍ରସଙ୍ଗ ନେଇଏଆଇସିସି ପକ୍ଷରୁ ୧୫ ସେପ୍ଟେମ୍ବରଠାରୁ ୧୫ ଅକ୍ଟୋବର ଏକମାସବ୍ୟାପୀ ସମଗ୍ର ଦେଶରେ ୫ କୋଟି ଦସ୍ତଖତ ସଂଗ୍ରହ କରାଯିବ। ଓଡିଶାରେ ଦଳର ଅଗଣିତ ନେତା ଓ କର୍ମୀ ଏହି କାର୍ଯ୍ୟରେ ସକ୍ରିୟ ସଂପୃକ୍ତି ଦେଖାଇବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ୱାନ କରିଛନ୍ତି। ଜିଲ୍ଲା ସଂଯୋଜକମାନଙ୍କ ସଂଯୋଜନାରେ ଦଳର ସମସ୍ତ କର୍ମକର୍ତ୍ତା, ସବୁ ଛାମୁଆ ସଂଗଠନ ସାରା ରାଜ୍ୟରେ ଘରକୁ ଘର ବୁଲି ଏହି ଦସ୍ତଖତ ସଂଗ୍ରହ ଅଭିଯାନରେ ସାମିଲ ହେବାପାଇଁ ସେ ଆହ୍ୱାନ କରିଛନ୍ତି। ଏହି ଅଭିନବ କାର୍ଯ୍ୟକ୍ରମରେ ସାଧାରଣ ଜନତା, ସାମାଜିକ କର୍ମୀ, ସ୍ଥାନୀୟ ସଂଗଠନଗୁ଼ଡିକର କାର୍ଯ୍ୟକର୍ତା ଏପରିକି ଚାକିରିଆମାନଙ୍କୁ ମଧ୍ୟ ଦଳର ନେତୃବୃନ୍ଦ ଓ କର୍ମୀମୋନ ସଂପୃକ୍ତ କରିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଦସ୍ତଖତ ଅଭିଯାନ ଚାଲିବା ସମୟରେ ବିଭିନ୍ନ ସ୍ଥାନରେ ସାଧାରଣ ସଭା, ସାମାଜିକ ଗଣମାଧ୍ୟମରେ ଉପସ୍ଥିତି, ସାମ୍ବାଦିକ ସମ୍ମିଳନୀ ଆଦି ଆୟୋଜନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାମାନଙ୍କୁ ପଠାଯିବ। ଦେଶରେ ଚାଲିଥିବା ଭୋଟ୍ ଜାଲିଆତି ବିରୋଧରେ ଏହା ଏକ ଶକ୍ତିଶାଳି ଦସ୍ତାବେଜ ହେବ। ଏଆଇସିସି ପକ୍ଷରୁ ପ୍ରସ୍ତୁତ ଏକ ଘୋଷଣାନାମରେ ସଂଗୃହିତ ଏହି ୫ କୋଟି ଦେଶବାସୀଙ୍କ ଦସ୍ତଖତ ସମ୍ବଳିତ ନଥିପତ୍ରକୁ ନିର୍ବାଚନ ଆୟୋଗ ଓ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରାଯିବ ବୋଲି ଏଆଇସିସିର ସାଧାରଣ ସଂପାଦକ(ସଂଗଠନ) କେସି ଭେନୁଗୋପାଳ ସୂଚନା ଦେଇଥିବା ଶ୍ରୀ ଦାସ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande