ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ପଂଚମ ସରସଂଘଚାଳକ
କେ.ଏସ ସୁଦର୍ଶନଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆରଏସଏସର ପଂଚମ ସରସଂଘଚାଳକ ଶ୍ରଦ୍ଧେୟ କେ.ଏସ
ସୁଦର୍ଶନଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି ।
ଶ୍ରଦ୍ଧେୟ କେ.ଏସ ସୁଦର୍ଶନ
ତାଙ୍କ ଜୀବନକୁ ଦେଶ, ସଂଗଠନ ନିର୍ମାଣ ଓ ସମାଜ ଜାଗରଣ ପାଇଁ ସମର୍ପିତ କରିଦେଇଥିଲେ । ତାଙ୍କ
ବ୍ୟକ୍ତିତ୍ୱ, ସରଳତା, ସୌମ୍ୟତା ଓ ସଙ୍ଗଠନାତ୍ମକ ଦୃଷ୍ଟିର ଅନୁପମ ଉଦହରଣ ଥିଲା । ବିଚାରର
ଗଭୀରତା, କାର୍ଯ୍ୟପ୍ରଣାଳୀରେ ଅନୁଶାସନ ଓ ଦୃଷ୍ଟିକୋଣରେ ଦୂରଦର୍ଶିତା କାରଣରୁ ସର୍ବଦା
ସ୍ୱୟଂସେବକ ଓ ଅନୁଶାସନ ପାଇଁ ଆଦର୍ଶ ହୋଇ ରହିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା