କୃଷକ ମଂଚ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକ ପତ୍ର
ଧର୍ମଶାଳା,୧୫ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦ୍ୱିପାଂଚଳରେ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀଙ୍କ ପାଦୃଭାବ ବଢ଼ିବାରେ ଲାଗିଛି । ଉତରପ୍ରତାପ, ରାଉତରାପୁର, ଦେଓଦା, ମଙ୍ଗଳପୁର ଓ ଅରବଳ ଏହି ୫ ଗୋଟି ପଂଚାୟତ ଏକ କୃଷି ବହୁଳ ଅଂଚଳ ହୋଇଥିବାରୁ ବର୍ଷକ ବାରମାସ ଚାଷକାର୍ଯ୍ୟ କରି ପର
କୃଷକ ମଂଚ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକ ପତ୍ର


ଧର୍ମଶାଳା,୧୫ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦ୍ୱିପାଂଚଳରେ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀଙ୍କ ପାଦୃଭାବ ବଢ଼ିବାରେ ଲାଗିଛି । ଉତରପ୍ରତାପ, ରାଉତରାପୁର, ଦେଓଦା, ମଙ୍ଗଳପୁର ଓ ଅରବଳ ଏହି ୫ ଗୋଟି ପଂଚାୟତ ଏକ କୃଷି ବହୁଳ ଅଂଚଳ ହୋଇଥିବାରୁ ବର୍ଷକ ବାରମାସ ଚାଷକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । ମାତ୍ର ଏବେ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀମାନେ ଅହରହ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି, ଯାହାକି ଚାଷୀଙ୍କ ଦୁଃଖର କାରଣ ହୋଇଛି । ଯଦି ଚାଷୀ ଏମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି, ତେବେ ସ୍ଥାନୀୟ ଅସାମାଜିକ ଯୁବକମାନେ ବଜରଙ୍ଗ ଦଳର ସଭ୍ୟ କହି ଗଣ୍ଡଗୋଳ ତଥା ମାରଧର କରୁଛନ୍ତି । ଫଳରେ କୃଷକଟି ଚାଷ କାର୍ଯ୍ୟ ଛାଡିବା ପାଇଁ ବାଧ୍ୟ ହେଉଛି । ଯାହାର ପ୍ରଭାବ ବର୍ତମାନ ରାଜ୍ୟ ଓ ଦେଶ ଉପରେ ପଡ଼ୁଛି । ତେବେ ବୁଲା ଷଣ୍ଢ ମାନଙ୍କୁ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଥିବା ଗୋ-ଶାଳାକୁ ନେବାର ବନ୍ଦୋବସ୍ତ କିମ୍ବା ଉକ୍ତ ଦୀପାଂଚଳରେ ନୂତନକରି ଏକ ଗୋଶାଳା ନିର୍ମାଣ କରି ଷଣ୍ଢମାନଙ୍କୁ ସ୍ଥାୟୀ ଭାବେ ରଖିବାର ବ୍ୟବସ୍ଥା କରିବା ସହତ ମାଙ୍କଡ ଓ ବଣୁଆ ଘୁଷୁରୀମାନଙ୍କ ଦାଉରୁ ଫସଲ ରକ୍ଷା କରିବା ନେଇ ଧର୍ମଶାଳା କୃଷକ ମଂଚ ସଭାପତି ସଞ୍ଜୟ କୁମାର ରାଉତଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ଧର୍ମଶାଳା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଏଥିସହିତ ଏହାର ନକଲ ଜିଲ୍ଲାପାଳ, ବିଡ଼ିଓ, ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଦଦିଆଯାଇଛି । ଏଥିରେ କୃଷକ ନେତା ବସନ୍ତ କୁମାର ପରିଡା,କୁଳମଣି ମଳିକ,ସମ୍ପାଦକ ସଞ୍ଜୟ ରାଉତ,ଗୟାଧର ସେଠି,ରାଜକିଶୋର ଶତପଥୀ, ନାରାୟଣ ରାଉତ,ଅଜୟ ରାଉତ,ହେମନ୍ତ ବଳ, ମାୟାଧର ରାଉତ,ମନୋଜ ମଳିକ,ପ୍ରଭାତ କୁମାର ରାଉତ, ଅଭିରାମ ବରାଳ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande