ଉଦୟଶ୍ରୀ ସାଂସ୍କୃତିକ ପରିଷଦର କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ
ଧର୍ମଶାଳା,୧୫ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ ଉଦୟଶ୍ରୀ ସାଂସ୍କୃତିକ ପରିଷଦ’ ପକ୍ଷରୁ ଉଦୟଶ୍ରୀ ସ୍ୱନକ୍ଷତ୍ର ଜନ୍ମ ଜୟନ୍ତୀ ଅବସରରେ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଗୋଳକୁଣ୍ଡ ପଂଚାୟତସ୍ଥ ସିଙ୍ଗିଜୋରି ମଠ ପରିସରରେ ଅନୁ
ଉଦୟଶ୍ରୀ ସାଂସ୍କୃତିକ ପରିଷଦର କବିତାପାଠୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ


ଧର୍ମଶାଳା,୧୫ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ ଉଦୟଶ୍ରୀ ସାଂସ୍କୃତିକ ପରିଷଦ’ ପକ୍ଷରୁ ଉଦୟଶ୍ରୀ ସ୍ୱନକ୍ଷତ୍ର ଜନ୍ମ ଜୟନ୍ତୀ ଅବସରରେ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଗୋଳକୁଣ୍ଡ ପଂଚାୟତସ୍ଥ ସିଙ୍ଗିଜୋରି ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି, ସୁସାହିତ୍ୟିକ ତଥା ପରିଷଦର ସଭାପତି ବିଶ୍ୱନାଥ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢୀ,ମୁଖ୍ୟବକ୍ତାଭାବେ ପ୍ରାଧ୍ୟାପକ ପ୍ରଶାନ୍ତ ସାହୁ,ସମ୍ମାନୀତ ଅତିଥିଭାବେ କବି ମହେଶ୍ୱର ଜେନାସାମନ୍ତ ଓ କବି ନିମାଇଁ ଚରଣ ଦାସ ପ୍ରମୁଖ ଯୋଗଦେଇ ଯୁବ ପ୍ରତିଭାଙ୍କୁ ସାହିତ୍ୟ ପ୍ରତି ରୁଚି ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଉପରେ ଏକ ପ୍ରବଦ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସଫଳ ହୋଇଥିବା ଲିପସାରାଶୀ ଦାସ, କ୍ରୀତିସୁଦ୍ଧା ପାଢୀ, ଦେବସ୍ମିତା ଜେନା ଓ ଶୁଭମ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା କଣ୍ଠ ଶିଳ୍ପୀ ଶିବ ପ୍ରସାଦ ଦାସ, ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଶାସ୍ତ୍ରୀୟ ସଂଗୀତଜ୍ଞ ନିହାର ରଂଜନ ପତି, ଲାଙ୍ଗୁଡି ସୁରକ୍ଷା ମଂଚର ସଭାପତି ଆଲୋକ ଜେନାସାମନ୍ତ ଓ ସାମ୍ବାଦିକ ଚିନ୍ମୟ ନାୟକ ଓ ବିଶ୍ୱଭୂଷଣ ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିମାନେ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ବାଲ୍ୟ ସାହିତ୍ୟ ପୁରସ୍କାରପ୍ରାପ୍ତ ଡ. ରାଜକିଶୋର ପାଢୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ୍ ନାରାୟଣ ପ୍ରସାଦ ଦାସ ଅତିଥି ପରିଚୟ ଓ ଅନୁଷ୍ଠାନର ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀପାଠ କରିଥିଲେ । ସର୍ବଶେଷରେ କବି ଡ. ଅଜୟ କୁମାର ଜେନା ସଂଯୋଜନାରେ ଜିଲାର କୋଣ ଅନୁକୋଣରୁ ବହୁ କବି ଓ ସାହିତ୍ୟିକ ଯୋଗଦେଇ ନିଜ ନିଜର ସ୍ୱରଚିତ କବିତା ମାଧ୍ୟମରେ ଉଦୟଶ୍ରୀଙ୍କ ଜୀବନୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବି, କବି, ସୁସାହିତ୍ୟିକ ଯୋଗ ଦେଇଥିଲେ । କାର୍ଯ୍ୟ ପରିଚାଳନାରେ ପରିଷଦର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ । ଶେଷରେ ପରିଷଦର ବରିଷ୍ଠ ସଭ୍ୟ ଉପେନ୍ଦ୍ର ସାହଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande