ମଧ୍ୟାହ୍ନ ଭୋଜନ ବନ୍ଦ ନେଇ ସ୍କୁଲରେ ଅବିଭାବକମାନ ମହଲରେ ଅସନ୍ତୋଷ : କାର୍ଯ୍ୟାନୁଷ୍ଠାନ ଦାବି
ଧର୍ମଶାଳା,୧୫ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ କୁ ନେଇ ଆଜି ଅବିଭାବକ ଓ ସ୍କୁଲ ଶିକ୍ଷକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଛି । ସ୍କୁଲର ପ୍ରଧାନଶିକ୍ଷକ ଓ କମିଟି ସଭାପତି ଙ୍କ ମଧ୍ୟରେ ଝାମେଲା ୍େ‌ଯାଗୁଁ ଗତ ୧
ମଧ୍ୟାହ୍ନ ଭୋଜନ ବନ୍ଦ ନେଇ ସ୍କୁଲରେ ଅବିଭାବକମାନ ମହଲରେ ଅସନ୍ତୋଷ : କାର୍ଯ୍ୟାନୁଷ୍ଠାନ ଦାବି


ଧର୍ମଶାଳା,୧୫ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ କୁ ନେଇ ଆଜି ଅବିଭାବକ ଓ ସ୍କୁଲ ଶିକ୍ଷକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଛି । ସ୍କୁଲର ପ୍ରଧାନଶିକ୍ଷକ ଓ କମିଟି ସଭାପତି ଙ୍କ ମଧ୍ୟରେ ଝାମେଲା ୍େ‌ଯାଗୁଁ ଗତ ୧୦ତାରିଖ ବୁଧବାର ଦିନରୁ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି । ଏ ବିଷୟରେ ଛାତ୍ରଛାତ୍ରୀ ମାନେ ଘରେ ଜଣାଇବା ପରେ ସୋମବାର ଦିନ ପୂର୍ବାହ୍ନ ସମୟରେ କିଛି ଅଭିଭାବକ ସ୍କୁଲରେ ପହଂଚି ପାଟିତୁଣ୍ଡ କରିଥିଲେ । ପରେ ଗ୍ରାମବାସୀ , ପ୍ରଧାନଶିକ୍ଷକ ଓ କମିଟି ସଭାପତି ଙ୍କ ଉପସ୍ଥିତି ରେ ଆପୋଷ ବୁଝାମଣା ପରେ ମଙ୍ଗଳବାର ଦିନ ରୁ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ପ୍ରଧାନଶିକ୍ଷକ ଚିନ୍ମୟ ଦାସ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ବିଦ୍ୟାଳୟରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରତ୍ରୀମାନେ ପାଠ ପଢୁଛନ୍ତି । ସେମାନଙ୍କ ପାଇଁ ସରକାରୀ ବ୍ୟବସ୍ଥା ରେ ପ୍ରତେକ ଦିନ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଥିଲେ ସୁଦ୍ଧା ସ୍କୁଲ ଶିକ୍ଷକମାନେ ସରକାରୀ ବ୍ୟବସ୍ଥା କୁ ଅବମାନନା କରିଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ପ୍ରଧାନଶିକ୍ଷକ ଓ କମିଟି ସଭାପତି ପ୍ରସନ୍ନ କୁମାର ସ୍ୱାଇଁ ଙ୍କ ମଧ୍ୟରେ ଭୁଲ ବୁଝାବଣା ଥିବା କାରଣରୁ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା ପ୍ରଧାନଶିକ୍ଷକ ସ୍ୱୀକାର କରିଛନ୍ତି ଏବଂ ସରକାରୀ ନିୟମ ସେ ଜାଣିଛନ୍ତି କିନ୍ତୁ ସଭାପତି ଜାଣି ନଥିବା କାରଣରୁ ଏ ଭଳି ସ୍ଥିତି ଉପୁଜୁଥିବା କହିଛନ୍ତି ସେଥିପାଇଁ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାର ରେ ମଧ୍ୟ ଜଣାଇଥିବା କହିଛନ୍ତି । ଗ୍ରାମବାସୀ, ଅଭିଭାବକ ଓ କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ଆପୋଷ ସମାଧାନ ହୋଇଥିବା ବେଳେ ମଙ୍ଗଳାବର ଠାରୁ ମଧ୍ୟାହ୍ନ ଭୋଜନ ଦିଆଯିବା ନେଇ ସ୍ଥିର କରାଯାଇଛି । ଅପର ପକ୍ଷରେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଘର ସେହି ଗ୍ରାମର ହୋଇଥିବା ବେଳେ କମିଟି ସଭାପତି ଙ୍କ ଘର ମଧ୍ୟ ସମାନ ଗ୍ରାମରେ ତେଣୁ ଉଭୟ ଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କାରଣ ରୁ ବିଦ୍ୟାଳୟର ୧୫୦ପିଲା ମଧ୍ୟାହ୍ନ ଭୋଜନ ରୁ ବଂଚିତ ଥିବା ଅଭିଯୋଗ ହୋଇଛି । ସେହିପରି ବିଦ୍ୟାଳୟ ରେ ନିମ୍ନ ମାନର ଖାଦ୍ୟ ଦିଆଯିବା ସହ ମଧ୍ୟାହ୍ନ ଭୋଜନ ରେ ଘୋଟାଲା ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସଭାପତି ଙ୍କ ମନମାନି କାରଣରୁ ମଧ୍ୟାହ୍ନ ଭୋଜନ ବନ୍ଦ ହେବା ନେଇ ତଦନ୍ତ କରିବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande