ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଅନ୍ତର୍ଜାତୀୟ
ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ
ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ସ୍ୱାସ୍ଥ୍ୟମନ୍ତ୍ରୀ
କହିଛନ୍ତି ଯେ, ଗଣତନ୍ତ୍ର ହେଉଛି ଏକ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ। ଆସନ୍ତୁ ଗଣତନ୍ତ୍ରକୁ ସୁଦୃଢ
କରିବା ସହ ଲୋକଙ୍କ କଲ୍ୟାଣ, ଅଧିକାର, ସମାନତା ଏବଂ ନ୍ୟାୟ
ପ୍ରଦାନକୁ ସୁନିଶ୍ଚିତ କରି ଏକ ବିକଶିତ ରାଷ୍ଟ୍ର ନିର୍ମାଣ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା