ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.) - ଯାଜପୁର କେନ୍ଦୁଝର ରୋଡ୍ - ଭଦ୍ରକ ସେକ୍ସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୧୬ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଟ୍ରେନ ସେବାରେ ପରିବର୍ତନ କରାଯାଇଛି ।
୬୮୪୪୨/୬୮୪୪୧ ପୁରୀ - ଜଳେଶ୍ୱର - ପୁରୀ ମେମୁ ସୋମବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର (୧୬ ରୁ ୨୨ ସେପ୍ଟେମ୍ବର) ମଧ୍ୟରେ ବାତିଲ୍ ରହିବ।
ଏହା ୧୬ ରୁ ୨୨ ସେପ୍ଟେମ୍ବର ମଧ୍ୟରେ କାର୍ଯ୍ୟକାରୀ ହେବ:
ଟ୍ରେନ ନମ୍ବର ୬୮୪୨୪ କଟକ - ଭଦ୍ରକ ମେମୁ ମଙ୍ଗଳବାର ଏବଂ ଶନିବାର ଦିନ ଭଦ୍ରକ ପରିବର୍ତେ ଯାଜପୁର କେନ୍ଦୁଝର ରୋଡ୍ରେ ସଂକ୍ଷିପ୍ତ ଅବଧି ଦିଆଯିବ। ଟ୍ରେନ ନମ୍ବର ୬୮୪୨୩ ଭଦ୍ରକ - କଟକ ମେମୁ ମଙ୍ଗଳବାର ଏବଂ ଶନିବାର ଦିନ ଭଦ୍ରକ ପରିବର୍ତେ ଯାଜପୁର କେନ୍ଦୁଝର ରୋଡ ଓ କଟକ ମଧ୍ୟରେ ଚଳାଚଳ କରିବ ।ଟ୍ରେନ ନମ୍ବର ୬୮୪୩୮ କଟକ - ଭଦ୍ରକ ମେମୁ ଗୁରୁବାର ଏବଂ ରବିବାର ଦିନ ଭଦ୍ରକ ପରିବର୍ତେ ଯାଜପୁର କେନ୍ଦୁଝର ରୋଡ୍ ରେ ସଂକ୍ଷିପ୍ତ ଅବଧି ଦିଆଯିବ। ଟ୍ରେନ ନମ୍ବର ୬୮୪୩୭ ଭଦ୍ରକ - କଟକ ମେମୁ ଗୁରୁବାର ଏବଂ ରବିବାର ଦିନ ଭଦ୍ରକ ପରିବର୍ତେ ଯାଜପୁର କେଉଁଝର ରୋଡ ଓ କଟକ ମଧ୍ୟରେ ଚଳାଚଳ କରିବ।
ସେହିପରି ୧୬ ରୁ ୨୨ ସେପ୍ଟେମ୍ବର ମଧ୍ୟରେ ଟ୍ରେନ ନମ୍ବର ୧୨୭୦୩ ହାଓଡ଼ା - ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ ମଙ୍ଗଳବାର ଏବଂ ଶନିବାର ଦିନ ନିର୍ଦ୍ଧାରିତ ସମୟ ଠାରୁ ୧ ଘଂଟା ୩୦ ମିନିଟ୍ ବିଳମ୍ବରେ ଛାଡିବା ପାଇଁ ପୁନଃନିର୍ଦ୍ଧାରଣ କରାଯାଇଛି। ଟ୍ରେନ ନମ୍ବର ୧୨୮୪୦ ଚେନ୍ନାଇ - ହାଓଡ଼ା ଏକ୍ସପ୍ରେସ ବୁଧବାର ଏବଂ ଶନିବାର ଦିନ ନିର୍ଦ୍ଧାରିତ ସମୟ ଠାରୁ ୨ ଘଂଟା ବିଳମ୍ବରେ ଛାଡିବା ପାଇଁ ପୁନଃନିର୍ଦ୍ଧାରଣ କରାଯାଇଛି। ଟ୍ରେନ ନମ୍ବର ୧୮୪୧୯ ପୁରୀ - ଜୟନଗର ଏକ୍ସପ୍ରେସ ଗୁରୁବାର ଦିନ ନିର୍ଦ୍ଧାରିତ ସମୟ ଠାରୁ ୧ ଘଣ୍ଟା ବିଳମ୍ବରେ ଛାଡିବା ପାଇଁ ପୁନଃନିର୍ଦ୍ଧାରଣ କରାଯାଇଛି। ଟ୍ରେନ ନମ୍ବର ୧୨୮୧୯ ଭୁବନେଶ୍ୱର - ଆନନ୍ଦ ବିହାର ଟର୍ମିନାଲ ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ରବିବାର ଦିନ ନିର୍ଦ୍ଧାରିତ ସମୟ ଠାରୁ ୧ ଘଣ୍ଟା ବିଳମ୍ବରେ ଛାଡିବା ପାଇଁ ପୁନଃନିର୍ଦ୍ଧାରଣ କରାଯାଇଛି। ଟ୍ରେନ ନମ୍ବର ୨୨୮୯୬ ପୁରୀ – ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରବିବାର ଦିନ ନିର୍ଦ୍ଧାରିତ ସମୟ ଠାରୁ ୨ ଘଣ୍ଟା ବିଳମ୍ବରେ ଛାଡିବା ପାଇଁ ପୁନଃନିର୍ଦ୍ଧାରିତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା