ରାଉରକେଲା,୧୫ ସେପ୍ଟେମ୍ବର (ହି.ସ.)- ସ୍କୁଲ ସମୟରେ ବିଭିନ୍ନ ବାହାନାରେ ଯଦି କୌଣସି ଶିକ୍ଷୟତ୍ରୀ, ଶିକ୍ଷକ ଓ କର୍ମଚାରୀ ବାହାରେ ବୁଲୁଥିବାର ଅଭିଯୋଗ ଆସିବ ଓ ସେ ଅଭିଯୋଗ ପ୍ରମାଣିତ ହେବ ତା ପରେ କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଜିବ ବୋଲି ସୁନ୍ଦରଗଡ ଜିଲ୍ଲା ଶିକ୍ଷାଧୀକାରୀ ଦାୟିତ୍ୱରେ ଥିବା ସାରଙ୍ଗଧର ବରିହା ଏକ ପ୍ରଶ୍ନର ଉତରରେ ପ୍ରକାଶ କରଥିବା ବେଳେ ରାଜ୍ୟ ଶିକ୍ଷା ବିଭାଗର ସବୁ ବଦଳିକୁ ନିୟନ୍ତ୍ରଣ ୨୪ ବର୍ଷ ହେଲା କରୁଥିବା ତଥା ନିକଟରେ ଜଣେ ଶିକ୍ଷୟତ୍ରୀଙ୍କ ସହ ଆପତିଜନକ ଅବସ୍ଥାରେ ଧରା ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାବୁ କୃଷ୍ନ ଓ ତାଙ୍କ ମୁଖ୍ୟ ସହଯୋଗୀ ହେଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ର ବାବୁ ଗୋପବନ୍ଧୁ ବୋଲି ଏବେ ସମଗ୍ର ଜିଲ୍ଲାର ଶିକ୍ଷକ ମହଲରେ କଥା ଉଠୁଛି ପଡୁଛି । ତେବେ ନିକଟରେ ନିମାପଡା ଅଁଚଳରେ ଜଣେ ସିଆରସିସିଙ୍କୁ ଯେଉଁଭଳି ଆପତିଜନକ ଅବସ୍ଥାରେ ଜଣେ ଶିକ୍ଷୟତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ଶିକ୍ଷକ ସ୍ୱାମୀ ଧରିଲେ ସେ ଘଟଣା ରାଜ୍ୟ ବ୍ୟାପି ଶିକ୍ଷକ ସମାଜର ମହଁକୁ ତଳକୁ କରିବା ସହ ସମାଜରେ ଗୁରୁ ମାନଙ୍କର କାରବାରକୁ ନେଇ ପ୍ରଶ୍ନ ଉଠିଥିିବା ମାମଲାରେ ସୁନ୍ଦରଗଡ ଜିଲ୍ଲାରେ ଶିକ୍ଷକ ମାନଙ୍କୁ ନେଇ ଦୀର୍ଘ ଦିନରୁ ଚାଲି ଆସିଥିବା ମେରୀ ରାୟ କାରବାର ଉପରେ କିଭଳି ନିୟନ୍ତ୍ର୍ରଣ କରିବେ ବୋଲି ପ୍ରଶ୍ନ ହେବାରୁ ଶ୍ରୀ ବରିହା ଏହା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି, ସମାଜରେ ଶିକ୍ଷକ ମାନଙ୍କର ସ୍ଥାନ ବହୁ ଉପରେ, ସେମାନେ ସମାଜ ଗଠନ ଓ ଆଗାମୀ ପିଢିକୁ ତିଆରି କରିବାର ଦାୟିତ୍ୱ ନେଇ କାମ କରୁଛନ୍ତି, ପ୍ରତି ଶିକ୍ଷକ ସମାଜରେ ଆଦର୍ଶବାନ ହେବା କଥା, ତେଣୁ ଅନ୍ୟ ଦିଗରୁ ଆଖିକୁ ମନକୁ ଫେରାଇ ଆଣ ପିଲା ମାନଙ୍କର ଆଦର୍ଶ ହେବା ଲାଗି ସେ ଶିକ୍ଷକ ଆହ୍ୱାନ ଦେଇଛନ୍ତି । ବାକି ରହିଲା ବାହାରେ ବିନା କାରଣରେ ବିଦ୍ୟାଳୟ ସମୟରେ କେହି ବୁଲୁଛନ୍ତି, ନିୟମିତ ବିଳମ୍ବରେ ଆସୁଛନ୍ତି, ନାନା କଥା କହି ନେତାଙ୍କ ନାମ କହି ଅଧିକାରୀ ମାନଙ୍କୁ ଡରାଉଛନ୍ତି କାମରେ ଠକୁଛନ୍ତି ସେମାନଙ୍କ ବିରୋଧରେ ପ୍ରମାଣ ମିଳିଲେ ସେମାନଙ୍କ ଉପରେ ଓ ପ୍ରଧାନ ଶିକ୍ଷକ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠନ ନେବା ଲାଗି ସେ କହିଛନ୍ତି । ଏଥିଲାଗି ସେ ସବୁ ବିଡିଓ, ବିଇଓ ମାନଙ୍କୁ ଚିଠି କରିବେ ବୋଲି ମଧ୍ୟ କହିଛନ୍ତି । ବାକି ରହିଲା ସିଆର ସିସି ଓ ବିଆରସିସି ମାନେ ସାହେବ ଆଦବ କାଇଦାରେ ତାଙ୍କ ଚାକିରୀ କାଳ ବିତାଉଛନ୍ତି, ବିଦ୍ୟାଳୟ ଗୁଡିକୁ ଯାଉନାହାନ୍ତି, ବିଧାୟକ ମନ୍ତ୍ରୀ ଭୟ ଦେଖାଇ ଉପର ଅଧିକାରୀ ମାନଙ୍କୁ ନିୟନ୍ତ୍ରଣ କରୁଛନ୍ତି ବୋଲି ଅଭିଯୋଗ ଉପରେ ସେ କହିଛନ୍ତି ନିୟମ ଅନୁଶାରେ ଏମାନେ ବିଦ୍ୟାଳୟ ଗୁଡିକୁ ନିୟମିତ ଜିବେ ଓ ପାଠ ମଧ୍ୟ ପଢାଇବେ ଯଦି ଏମିତି କିଛି ଅଭିଯୋଗ ଆସେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରଧାନ ଶିକ୍ଷକ ଓ ସିଆସିସି ବିଆରସିସିଙ୍କ ଉପରେ ହେବ ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ବିଦ୍ୟାଳୟ ଗଣ ଶିକ୍ଷା ବିଭାଗରେ ବିଗତ ୨୪ ବର୍ଷରେ ୫ଟି କାମ ହେଉ କିମ୍ବା ପାଠ ପଢା ସବୁଥିରେ ପ୍ରବଳ ଠକେଇ ହୋଇଥିବା କୁହାଯାଉଛି । କିଏ ନବୀନଙ୍କ ଲୋକ କହିଲା ତ ଆଉ କିଏ ଫାଇଭ-ଟି ଲୋକ କହି ଏଭଳି କାରବାରରେ ସାମିଲ ଥିଲା । ତେବେ ନିକଟରେ ସିଆରସିସି ମାଷ୍ଟରାଣୀଙ୍କ ସହ ଅସଂଯତ ଅବସ୍ଥାରେ ଧରାଜିବା ମାମଲା ପରେ ବହୁ ଗୁଢ ରହସ୍ୟ ପଦାକୁ ଆସିଛି । କୁହାଯାଉଛି, ଧରା ପଡିଥିବା ମାଷ୍ଟର ତଥା ସିଆରସିସି ବାବୁ କୃଷ୍ଣ କୁଆଡେ ଭାରି ପାୱାରଫୁଲ ଶିକ୍ଷା ବିଭାଗରେ, ମୁଖ୍ୟମନ୍ତ୍ରୀ ଅଫିସ କୁ ସେ ବ୍ୟବହାର କରିପାରନ୍ତି, ନିଜ କାମ ଛାଡି ବାବୁ ସବୁ ବେଳେ ସେକ୍ରେଟେରିଏଟରେ ବୁଲୁଥିଲେ, ତାଙ୍କୁ ମୁଖ୍ୟମନ୍ତ୍ରୀ ଅଫିସ ର ବାବୁ ଗୋପବନ୍ଧୁ କୁଆଡେ ଆର୍ଶିବାଦ କରୁଥିଲେ, ଏହି ଆର୍ଶିବାଦରେ ସେ ରାଜ୍ୟର ସବୁ ଡିଇଓ, ବିଇଓ, ମାଷ୍ଟର, ମାଷ୍ଟରାଣୀ ମାନଙ୍କର ବଦଳି କରାଉଥିଲେ, ନହେବା କାମ ମଧ୍ୟ ସେ କରାଇଦେଉଥିଲେ ଓ ମୋଟା ମାଲ ଆଦାୟ କରୁଥିଲେ । ବିଗତ ୨ ମାସ ଭିତରେ ହୋଇଥିବା ବଦଳି ଗୁଡିକରେ ମଧ୍ୟ ଏହି ଦୁଇ ବାବୁଙ୍କର ବହୁ କାରନାମା ରହିଥିବା ଏବେ ଆଲୋଚନା ଚାଲିଛି । ଯଦି ଜଣେ ସିଆରସିସିକୁ ସିଏମ ଅଫିସ ରୁ ସାହସ ମିଳିବ ତେବେ ସେ ସରକାର କେମିତି ଓ ସେ ବ୍ୟବସ୍ଥା କ'ଣ ତାହା ଏବେ ଜଣାପଡୁଛି, ମୁଖ୍ୟମନ୍ତ୍ରୀ ଏ ବାବୁ ଗୋପବନ୍ଧୁ ଓ ଏ ସିଆରସିସିଙ୍କ ବିଷୟରେ ତଦନ୍ତ କରି ଶିକ୍ଷା ବିଭାଗକୁ ନିର୍ମଳ କରନ୍ତୁ ଓ ସରକାରକୁ ବଦନାମରୁ ବଂଚାନ୍ତୁ ବୋଲି ମତପ୍ରକାଶ ପାଇଛି । ଏହି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ଏସବୁରେ ମୁଣ୍ଡ ପୁରାଇବାରେ ବିଫଳ ହେବାରୁ ଶିକ୍ଷା ବିଭାଗ ଯେମିତି ଚାଲିଥିଲା ଏବେ ସେମିତି ଚାଲିଛି କେବଳ ପରିବର୍ତିତ ସରକାରର ଜୟକାର ଛଡା ଅନ୍ୟ କିଛି ନୁହେଁ ବୋଲି ମତପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ