Bhubaneswar, 16 ସେପ୍ଟେମ୍ବର (ହି.ସ.)
ଉତ୍କଳ ରାଜ୍ୟ ପରିଷଦ ବରିଷ୍ଟ ବାମପନ୍ଥି ନେତା ସାଥୀ ଦାମୋଦର ବେହେରା ଙ୍କ ଏକମାତ୍ର ପୁତ୍ର ବିପ୍ଲବ ର ଗତ ୧୪/୦୯/ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦର୍ଘଟଣାରେ ଦୁଃଖଦ ମୃତ ପରେ ନିଜ ଜନ୍ମ ଭୂମି ଓ କର୍ମ ଭୂମି ରେ ଗଭୀର ସ୍ୱକ ର ଛାୟା ଖେଳି ଯାଇଛି । ଏହି ପରି ପ୍ରେଖିରେ ଗତ କାଲି ଭୁବନଶ୍ୱର ରାଜଧାନୀ ଡାକ୍ତର ଖାନାରେ ସବ ବ୍ୟବଛେଦ ପରେ ରାଜ୍ୟ CPI ମୁଖ୍ୟ ଦପ୍ତର ରେ ସର୍ବ ସାଧାରଣ ଙ୍କ ଦର୍ଶନ ପାଇଁ ସ୍ଵର୍ଗତ ସାଥୀ ବିପ୍ଲବ ଙ୍କ ମର ଶରୀର କୁ ଭଗବତୀ ଭବନ କୁ ନିଆଯାଇଥିଲା ବିଳମ୍ବିତ ରାତ୍ରୀରେ ଜନ୍ମ ସ୍ଥାନ କଳାହାଣ୍ଡି ଜିଲ୍ଲା ର ଜୁନାଗଡ଼ କୁ ଏକ ସୁ ସଜ୍ଜିତ ସବ ବାହାକ ଗାଡ଼ିରେ ସବ କୁ ନିଆଯାଇ ଅଦ୍ୟ ୧୬ ତାରିଖ ଭୋର ସମୟରେ ସ୍ଥାନୀୟ ବୁଢ଼ିପଦର ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ କ୍ଲବ ସମ୍ମୁଖରେ ଗ୍ରାମବାସୀଙ୍କ ଶେଷ ଦର୍ଶନ ପାଇଁ ରଖା ଯାଇଥିଲା । ସକାଳ ୭ ଘଟିକା ସମୟରେ ହଜାର ହଜାର ଶୁଭେଚ୍ଛା ସମର୍ଥକ ଙ୍କ ସବ ଶୋଭା ଯାତ୍ରା ରେ ଭତ୍ର ଜୋର ନିକଟସ୍ଥ ଗ୍ରାମ ସ୍ମଶାନ ର ରେ ବିପ୍ଲବ ଙ୍କ ପାର୍ଥିବ ଶରୀର ପଞ୍ଚଭୂତ ରେ ବିଲୀନ ହେଇଯାଇଥିଲା । ଏହି ସବ ଶୋଭା ଯାତ୍ରାରେ ରାଜ୍ୟ CPI ର ରାଜ୍ୟ ସମ୍ପାଦକ ସାଥୀ ପ୍ରଶାନ୍ତ କୁମାର ମିଶ୍ର , ରାଜ୍ୟ CPI ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥୀ ଜୟନ୍ତ ଦାସ , କଳାହାଣ୍ଡି ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଦାଜ୍ , କଳାହାଣ୍ଡି ଜିଲ୍ଲା ବଣିକ ସଂଘ ସଭାପତି ବିଜୟ ସାହୁ , ଜିଲ୍ଲା କର୍ତ୍ତବ୍ୟ ସଂଗଠନ ଅଶୋକ ପଟ୍ଟନାୟକ , ଅନନ୍ତ ସମାରି ଛାତ୍ର ସଂଘ ନେତା ସାଥୀ ରାଜାରାମ ଡଙ୍ଗ୍ରି, ବରିଷ୍ଟ ଆଇନ ଯିବି ବିଶ୍ୱାନାଥ କର ସମାଜ ସେବୀ ରମେଶ କନ୍ଧପାନ୍, ବିଶିଷ୍ଟ ବ୍ୟବସାୟୀ ଉଦ୍ଧବ ସାହୁ, ସନ୍ତୋଷ ସାହୁ , କଂଗ୍ରେସ ନେତା ADV ଚିତ ନିଆର ପ୍ରଭାତ ଦାସ ଓ କ୍ଲବ ଗ୍ରାମବାସୀ ବିପ୍ଲବ ଙ୍କ ସବାଧାର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ବିପ୍ଲବ ଙ୍କ ଭଣଜା ସ୍ଵତନ୍ତ୍ର ବେହେରା ମୁଖା ଅଗ୍ନି ଦେଇଥିଲେ ।
ସୁର ଜେନା
ରାଜ୍ୟକାର୍ଯ୍ୟ କାରି କମିଟି ସଭ୍ୟ CPI
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା