ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.) ବିଧାନସଭାର ମୌସୁମୀ ଅଧିବେଶନ 18 ତାରିଖ ଦିନ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ସର୍ବଦଳୀୟ ବୈଠକ ବସିବ । ବିଧାନସଭା ଅଧିବେଶନ କିଭଳି ଭାବେ ସୁରୁଖୁରୁରେ ଚାଲିବ ସେ ନେଇ ଏହି ବୈଠକରେ ଆଲୋଚନା କରାଯିବ।
ଏହି ଅଧିବେଶନରେ ମୋଟ 7 ଟି କାର୍ଯ୍ୟ ଦିବସ ରହିଥିବା ବେଳେ ବିରୋଧୀ ଦଳ ମାନେ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ। ଅନ୍ୟ ପକ୍ଷରେ ଏହି ଅଧିବେଶନ ରାଜ୍ୟ ସରକାରଙ୍କ ପାଇଁମଧ୍ୟ ଅନେକ ଗୁରୁତ୍ୱ ବହନ କରୁଛି । ବୈଠକର ସୁଚାରୁ ରୂପେ ପରିଚାଳନା ପାଇଁ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହି ବୈଠକ ଡାକିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ