ଆଗାମୀ ୨୪ ଘଂଟା ମଧ୍ୟରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୬ ସେପ୍ଟେମ୍ବର (ହି.ସ.)- ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ପରବର୍ତୀ ୪ ଦିନ କେତେକ ସ୍ଥାନରେ ଝଡ଼, କିମ୍ବା ବଜ୍ରପାତ ଓ ପବନ ଚେତାବନୀ ରହିଛି । ଏହାର ପରବର୍ତୀ ୨ ଦିନ ପାଇଁ କୌଣସି
ଆଗାମୀ ୨୪ ଘଂଟା ମଧ୍ୟରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୧୬ ସେପ୍ଟେମ୍ବର (ହି.ସ.)- ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ପରବର୍ତୀ ୪ ଦିନ କେତେକ ସ୍ଥାନରେ ଝଡ଼, କିମ୍ବା ବଜ୍ରପାତ ଓ ପବନ ଚେତାବନୀ ରହିଛି । ଏହାର ପରବର୍ତୀ ୨ ଦିନ ପାଇଁ କୌଣସି ଚେତାବନୀ ନାହିଁ ।

ଆସନ୍ତା ୨୪ ଘଂଟା ମଧ୍ୟରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୬ ଜିଲ୍ଲା(ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଅନ୍ୟ ୧୪ ଜିଲ୍ଲାକୁ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଚେତାବନୀ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।

ଆସନ୍ତାକାଲି ଅର୍ଥାତ୍ ୧୭ ତାରିଖରେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୮ ତାରିଖରେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୯ ତାରିଖରେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖରେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୧ ଓ ୨୨ ତାରିଖ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande