କେନ୍ଦୁଝର, 16 ସେପ୍ଟେମ୍ବର (ହି.ସ.) ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ଅନୁଷ୍ଠିତ ମା' ଶାରଳା ଫାଉଣ୍ଡେସନର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଶିଳ୍ପ,ବୈଷୟିକ ଓ ବିକାଶ ଦକ୍ଷତା ବିଭାଗ,ଓଡ଼ିଶା ସରକାରଙ୍କ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ,ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା,ମା' ଶାରଳା ଫାଉଣ୍ଡେସନର ସଭାପତି ମୀରାବାଈ ମହାପାତ୍ର,ସାଧାରଣ ସମ୍ପାଦକ ଅନୀଲ କୁମାର ରାଉତ,ପ୍ରତିଷ୍ଠାତ୍ରୀ ସୋନାଲି ମହାନ୍ତି କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା ଙ୍କୁ ମା' ଶାରଳା ସେବା ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିଲେ। ଉଲ୍ଲେଖ ଯୋଗ୍ୟ ଡାକ୍ତର ଓତା ସମାଜ ସେବା କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA