କୋରେଇ,୧୬ ସେପ୍ଟେମ୍ବର (ହି.ସ.)- ପାଣିକୋଇଲି ପୁଲିସ ଧଳା ଜହର ଜବତ ମାମଲାରେ ଜଣଙ୍କୁ ଗିରଫ କରି ଆଜି ଅଦାଲତ ଚାଲାଣ କରିଛି । ସେମାବାର ମଧ୍ୟାନ୍ନରେ ନିଶା ବେପାରର ଖବର ପାଇ ପାଣିକୋଇଲି ପୁଲିସ ଚଢାଉ କରି ୨ଜଣଙ୍କୁ ଧରି ଘଟଣାର ଯାଂଚ କରିଥିଲା । ଏନେଇ ଏକ ମାମଲା ୩୦୨/୨୫ ରୁଜ୍ଜୁ କରିବା ସହ ପାଣିକୋଇଲି ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ପୁଅ ଶିବ ଚରଣ ସାହୁ (୪୮)ଙ୍କୁ ଏହି ମାମଲାରେ ଆଜି ଅଦାଲତ ଚାଲାଣ କରିଥିବା ବେଳେ ଗଂଜେଇ ଓ ଧଳା ଜହର ଜବତ କରିଛି । ଶିବ ଦୀର୍ଘଦିନ ଧରି ରୁଟି ବେପାର ସହିତ ନିଶା ବ୍ୟବସାୟ ଚଳାଉଥିଲା । ତା ନିକଟରୁ ୯.୭୯୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଶିବକୁ ଦଫା ୨୧(ବି)/୨୯(୧) ଏନଡିପିସି ଆକ୍ଟରେ ଅଦାଲତ ଚାଲାଣ କରାଯାଇଥିବା ତଦନ୍ତାଧିକାରୀ ଏସଆଇ ସୁମିତ କୁମାର କୁଜୁରଙ୍କ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ