ଇସ୍ଲାମାବାଦ (ପାକିସ୍ତାନ)16 ସେପ୍ଟେମ୍ବର (ହି.ସ)- ପାକିସ୍ତାନର
ବେଲୁଚିସ୍ତାନର କେଚ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଉପରେ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍
ଡିଭାଇସ୍ (ଆଇଇଡି ) କରାଯାଇଥିବା ଆକ୍ରମଣରେ ଜଣେ କ୍ୟାପ୍ଟେନଙ୍କ ସମେତ ପାଞ୍ଚ ଜଣ
ସୈନିକଙ୍କ ମୃତ୍ୟୁ ହୋଇଛି।ସେନାର ମିଡିଆ ୱିଙ୍ଗ ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପୀଆର) ସୋମବାର ବିଳମ୍ବିତ ରାତିରେ କହିଛି ଯେ ଅପରାହ୍ନରେ କେଚର ଶେର
ବନ୍ଦୀରେ ସୈନିକଙ୍କ ଏକ ଦଳ ଆଗକୁ ବଢ଼ିବା ସମୟରେ ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ
ଜଣେ କ୍ୟାପ୍ଟେନଙ୍କ ସମେତ ଦେଶର ପାଞ୍ଚ ଜଣ ସାହସୀ ପୁଅ ପ୍ରାଣ ହରାଇଛନ୍ତି।
ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଖବରକାଗଜର ଏକ ରିପୋର୍ଟରେ ଏହି ବିସ୍ଫୋରଣରେ
ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀଏହା ପରେ ସୁରକ୍ଷା ବାହିନୀ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା
କରିଛି। ମୃତ ସୈନିକଙ୍କ ମଧ୍ୟରେ ଲୋରଲାଇର ୨୫ ବର୍ଷୀୟ କ୍ୟାପ୍ଟେନ ୱକାର ଅହମ୍ମଦ, ଡେରା ଗାଜି ଖାନର
୩୫ ବର୍ଷୀୟ ନାଏକ ଅସମତ ଉଲ୍ଲାହ, ସୁକ୍କୁରର ୨୯ ବର୍ଷୀୟ ଲାନ୍ସ ନାୟକ ଜୁନୈଦ ଅହମ୍ମଦ, ମର୍ଦନର ୨୯ ବର୍ଷୀୟ
ଲାନ୍ସ ନାୟକ ଖାନ ମୋହମ୍ମଦ ଏବଂ ସ୍ୱାବିର ୨୮ ବର୍ଷୀୟ ସିପାହୀ ମୋହମ୍ମଦ ଜହୁର ସାମିଲ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା