ଗଞ୍ଜାମ ଜିଲ୍ଲା ଆମ ବସ୍ ଡ୍ରାଇଭର ଓ କର୍ମଚାରୀଙ୍କ ଧର୍ମଘଟ
ଗଞ୍ଜାମ, ୧୬ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ଆମ ବସ୍ ଡ୍ରାଇଭର ଓ କର୍ମଚାରୀ ମାନଙ୍କ ପକ୍ଷରୁ ଆଜି ଧର୍ମଘଟ କରାଯାଇଛି । ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ସେମାନେ ଧର୍ମଘଟକୁ ଓହ୍ଲାଇଥିବା ଜଣାପଡିଛି । ଆମ ବସ୍ ଚଳାଚଳ ବନ୍ଦ ଯୋଗୁଁ ସହର ତଥା ଗ୍ରାମାଚଂଳର ଯାତ୍ରୀମାନେ ନାହିଁନଥିବା ଅସୁବ
ଗଞ୍ଜାମ ଜିଲ୍ଲା ଆମ ବସ୍ ଡ୍ରାଇଭର ଓ କର୍ମଚାରୀଙ୍କ ଧର୍ମଘଟ


ଗଞ୍ଜାମ, ୧୬ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ଆମ ବସ୍ ଡ୍ରାଇଭର ଓ କର୍ମଚାରୀ ମାନଙ୍କ ପକ୍ଷରୁ ଆଜି ଧର୍ମଘଟ କରାଯାଇଛି । ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ସେମାନେ ଧର୍ମଘଟକୁ ଓହ୍ଲାଇଥିବା ଜଣାପଡିଛି । ଆମ ବସ୍ ଚଳାଚଳ ବନ୍ଦ ଯୋଗୁଁ ସହର ତଥା ଗ୍ରାମାଚଂଳର ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଆମ ବସ୍ କର୍ମଚାରୀଙ୍କ ଦାବି ପ୍ରତି ଦୀର୍ଘ ଦିନ ହେଲା ସରକାରଙ୍କ ଉଦସୀନତା ଯୋଗୁଁ ଶେଷରେ ଡ୍ରାଇଭର ଓ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande