ଶ୍ରୀନଗର ୧୫ସେପ୍ଟେମ୍ବର
(ହି.ସ.)- ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବସ୍ଥା ନେଇ ଆଜି
ଅପରାହ୍ନରେ ନୂଆଦିଲ୍ଲୀରେ ଡକାଯାଇଥିବା ଭର୍ଚୁଆଲ୍ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସଡ଼କ ପରିବହନ
ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଯୋଗଦେବାର ସମ୍ଭାବନା ରହିଛି। ସେ ଏହି ବୈଠକର ଅଧ୍ୟକ୍ଷତା
କରିପାରନ୍ତି। ସୂତ୍ର ଅନୁଯାୟୀ ଏହି ସୂଚନା ଦିଆଯାଇଛି।କୁହାଯାଇଛି ଯେ ବୈଠକରେ
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଉଚ୍ଚ
ଅଧିକାରୀମାନେ ଯୋଗଦେବେ।ଏହି ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉମାର
ଅବଦୁଲ୍ଲା, ତାଙ୍କ କ୍ୟାବିନେଟ୍ ସହଯୋଗୀ, ବରିଷ୍ଠ ନୌକରଶାହ ଏବଂ ଜମ୍ମୁ-କାଶ୍ମୀରର ବିଭିନ୍ନ
କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀମାନେ ମଧ୍ୟ ଯୋଗଦେବେ।ଏହା ପୂର୍ବରୁ
ସୋମବାର ଦିନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ସହ କଥା ହୋଇ ରାଜପଥର
ଦୟନୀୟ ଅବସ୍ଥାର ସମାଧାନ ପାଇଁ ହସ୍ତକ୍ଷେପ ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ମଧ୍ୟ
ସମାଲୋଚନା କରି କହିଥିଲେ ଯେ ଯଦି ସେମାନେ ଏହାକୁ ବଜାୟ ରଖିପାରିବେ ନାହିଁ, ତେବେ ସେମାନେ ଏହି ରାଜପଥକୁ ଜମ୍ମୁ-କାଶ୍ମୀର
ସରକାରଙ୍କୁ ହସ୍ତାନ୍ତର କରିବା ଉଚିତ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା