ବଲାଙ୍ଗିର, 16 ସେପ୍ଟେମ୍ବର (ହି.ସ.)
ସ୍ଥାନୀୟ ପତିତ ପାବନ ଏକାଡେମୀ ସଭାଗୃହରେ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ ତରଫରୁ ନୁଆଁଖାଇ ଭେଟ ଉତ୍ସବ୍ ଅନୁଷ୍ଠିତ ହୋଇ ଜାଇଛି ।
ବିଶିଷ୍ଟ କୋସଲି ସଂଗଠକ ରଘୁନାଥ ବାବୁଙ୍କ ପୌରହିତ୍ୟରେ ଏହି ବୈଠକ ରେ କବି ସୁଜିତ୍ କୁମାର ସତପଥି ସଭାପତିତ୍ବ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ; ସଂଗଠନ ର ସଚିବ ମଧୁସୂଦନ ଦାସ ଓ କବି ସୁଶାନ୍ତ ବାଗ ଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ତଥା ଟ୍ରଷ୍ଟି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଙ୍କ ବାଦାନ୍ୟତା ଓ ମାର୍ଗଦର୍ଶନ ପାଇଁ ସଦସ୍ୟ ମାନଙ୍କ ତରଫରୁ ସାମୁହିକ କୃତଜ୍ଞତା ଓ ଧନ୍ୟବାଦ ଦିଆଯାଇ ଥିଲା । ମଞ୍ଚରେ ଅତିଥି ଭାବରେ ସର୍ବଶ୍ରୀ ଡଃ. ଘାସିରାମ ମିଶ୍ର, ଡଃ. କୌତୁକ ପନ୍ଦର, କବି ନବିନ ବିଶ୍ବବନ୍ଧୁ, କବି ଜ୍ୟୋତିପ୍ରକାଶ ଗଡ଼ତ୍ୟା ଓ କବି ରାଜେଶ ଦଣ୍ଡସେନା ମଞ୍ଚାସୀନ ଥିଲେ; ଏଇ ଅବସରରେ କବି ସଂକିର୍ତନ ମହାଲିଙ୍ଗ ଙ୍କ କୋସଲି କବିତା ସଙ୍କଳନ ଭିନେ ସଁସାର ଉନ୍ମୋଚିତ ହୋଇଥିଲା । ତଦ୍ଅନ୍ତେ ସଂଗଠକ ଶ୍ରୀମାନ ଆଶୁତୋଷ ମିଶ୍ର ଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା;
ଦ୍ବିତୀୟ ପର୍ଯ୍ୟାୟରେ ଏକ ବର୍ଣ୍ଣାଢ଼୍ୟ କୋସଲି କବିତା ଆସର କବି ସଚ୍ଚିଦାନନ୍ଦ ପଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା; ବିଶିଷ୍ଟ କୋଶଲି'କବି ସୁଶାନ୍ତ ବାଗ, ନିର୍ମାଲ୍ୟ ସ୍ବାଇଁ, ପୁଷ୍ପାଞ୍ଜଳି ମେହେର, ସରସ୍ଵତୀ ମିଶ୍ର, ପୁସ୍ତମ ଜୁଆଡ଼ି ଓ ଲୋକେଶ୍ବର ପାଣ୍ଡେ ମଞ୍ଚାସିନ ହୋଇଥିଲେ;
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଟ୍ରଷ୍ଟ ସଦସ୍ୟ ସର୍ବଶ୍ରୀ ଶରତ କୁମାର ହୋତା, କିଶୋର କୁମାର ପୁରୋହିତ, , ବିରେନ୍ଦ୍ର କୁମାର ବନଛୋର୍, ଆଶୁତୋଷ ମିଶ୍ର, ଶ୍ରୀପାଳ ପଣ୍ଡା, ନବକିଶୋର ବେହେରା, ତପସ୍ଵିନୀ ପଶାୟତ, ଅଭିଜିତ ଫରିକାର, କୁମାରୀ କବିତା ଝାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ !
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ