କେନ୍ଦୁଝର, 16 ସେପ୍ଟେମ୍ବର (ହି.ସ.) ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ଦଶମ ଶ୍ରାଦ୍ଧବାର୍ଷିକୀରେ ଅନେକ ଗଣମାନ୍ୟ ବ୍ୟକ୍ତିଙ୍କୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ କରାଯାଇଛି। ଘସିପୁରା ବ୍ଲକ୍ ଅନ୍ତର୍ଗତ ବାତୋ ସ୍ଥାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟଅତିଥ୍ ଭାବେ ଯୋଗ ଦେଇଥିଲେ। ଯଦୁନାଥ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ନାରାୟଣ ସାମଲ ଏବଂ ସାହିତ୍ୟିକ ରତ୍ନାକର ଦାସଙ୍କ ସଂଯୋଜନାରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ପ୍ରାକୃନ ସଦସ୍ୟ ଡକ୍ଟର ବ୍ରଜମୋହନ ମିଶ୍ର ତଥା ସମ୍ମାନିତ ଅତିଥୂ ଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ. କୁଶଚନ୍ଦ୍ର ପ୍ରଧାନ, ଆନନ୍ଦପୁର ମହାବିଦ୍ୟାଳୟ ଅଧ୍ଯକ୍ଷ ଡ. ନାରାୟଣ ମିଶ୍ର, ପ୍ରାକ୍ତନ ଅଧ୍ୟକ୍ଷ ରମାକାନୁ ନାୟକ, ଶିଶୁ ସାହିତ୍ୟିକ ରାମଚନ୍ଦ୍ର ନାୟକ, ପ୍ରାକ୍ତନ ବିଇଓ ଶରତ ରାଉତ, ନାରାୟଣ ସାହୁ ଆଦି ବିଶିଷ୍ଟ ବ୍ୟକ୍ତିବୃନ୍ଦ ଯୋଗଦେଇଥିଲେ। ଏହି ଅବସରରେ ବାର୍ଷିକ ପତ୍ରିକା 'କୁଞ୍ଜବନ'କୁ ଲୋକାର୍ପଣ କରାଯାଇଥିଲା । ଡ. ବ୍ରଜମୋହନ ମିଶ୍ରଙ୍କୁ କୁଞ୍ଜବନ ପୁରସ୍କାର, ଡ. କୁଶ ଚନ୍ଦ୍ର ପ୍ରଧାନଙ୍କୁ ବାବା ବକୁଳି ଗୋସ୍ବାମୀ ସମ୍ମାନ ଏବଂ ରମେଶ ମିଶ୍ରଙ୍କୁ ବ୍ରାହ୍ମଣୀଦେବୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହିତ ଡ. ଅରୁଣ କୁମାର ସାହୁ, ଡ. ନାରାୟଣ ମିଶ୍ର, ନରହରି ଦାସ, ବେଲାଳସେନ ପତି, ବାମନ ଚରଣ ବେହେରା, ଘନଶ୍ୟାମ ବୋଇତେଇ, ମୁରଲୀଧର ବେହେରା, କୈଳାସ ପାତ୍ର, ପବିତ୍ର ମୋହନ ବେହେରା, ପଦ୍ମନାଭ ପୁହାଣ, ରଘୁନନ୍ଦନ ନାଥ, ଅନାଥ ବେଜ, ମଧୁସୂଦନ ଭୂୟାଁ, ଶରତ କୁମାର ନାୟକ, ରଘୁନାଥ ରାଉତ, ଗିରିଧାରୀ ବେହେରା, ଶିବସୁନ୍ଦର ସାହୁ, ମନ୍ମଥ ବେହେରା, ରତ୍ନାକର ପାତ୍ର, ଦୁଷ୍ମନ୍ତ କୁମାର ମହାନ୍ତି, ବୈଷ୍ଣବୀ ଚକ୍ର, ଗୀତାଞ୍ଜଳି ସାହୁ, ସ୍ବପ୍ନାରାଣୀ ନାଥ ଏବଂ ଆରାଧ୍ୟ ସମ୍ପନ୍ନ ଦଳେଇଙ୍କୁ ବନମାଳୀ ପଣ୍ଡା ସ୍ମୃତି ସମ୍ମାନ ପ୍ରଦାନ କରାଯାଇ ସେମାନଙ୍କର କ୍ଷେତ୍ରରେ ଅବଦାନକୁ ସୂଚିତ କରାଯାଇଥିଲା।କାର୍ଯ୍ୟକ୍ରମର ଶେଷରେ ସମ୍ପାଦକ ନରହରି ରାଉତ ସମସ୍ତଙ୍କୁ ଧନ୍ୟବାଦ ଦର୍ଶାଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA