କେନ୍ଦୁଝର, 16 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ସହରର ମଣ୍ଡୁଆଠାରେ ଦୁର୍ଗାପୂଜା ଅନୁଷ୍ଠାନ ଦୁର୍ଗତିନାଶିନୀ ପୂଜା କମିଟିର ରବିବାର ମା'ଦୁର୍ଗାଙ୍କ ମୂର୍ଖୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ ହୋଇଛି। ସ୍ଥାନୀୟ କଣ୍ଡରାପଶି ନାଳ କୂଳରୁ ମାଟି ପୂଜା କରାଯାଇ ମଣ୍ଡପକୁ ଅଣାଯାଇଛି। ଏହି ଅବସରରେ ସକାଳୁ ବିଶିଷ୍ଟ ଚଣ୍ଡୀ ସାଧକ ଶକ୍ତିଧର ମିଶ୍ର ଏବଂ ପୂଜା କମିଟିର କମର୍ତ୍ତାମାନେ ସ୍ନାନାଦି କର୍ମ ସାରି ସ୍ଥାନୀୟ ମଣ୍ଡୁଆସ୍ଥିତ କଣ୍ଡରାପଶି ନାଳକୁ ଯାଇଥିଳେ ଲେ। ସେଠାରେ ଘଟ ସ୍ଥାପନ ପୂର୍ବକ ହୋମାଦି ପୂଜାକର୍ମ ସମାପନ ହୋଇ ମାଟି ଅନୁକୂଳ ହୋଇଥିଲା। ଏ ବର୍ଷ ପୂଜା ଦୁର୍ଗତିନାଶିନୀ କମିଟିର ଦ୍ଵିତୀୟ ବାର୍ଷିକ ଉତ୍ସବ ହେଉଥିବାବେଳେ ଏହାକୁ ବହୁ ଧୁମ୍ଧାମରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଚୁଡ଼ାନ୍ତ ଶେଷ ହୋଇଛି । ଆଜିର ମାଟି ଅନୁକୂଳ ଅବସରରେ କମିଟିର ସଭାପତି ଅମରେନ୍ଦ୍ର ସାହୁ, ସମ୍ପାଦକ ଦୀପକ ମହାନ୍ତି, ସତ୍ୟବ୍ରତ ବଳ, ଦିନବନ୍ଧୁ ବେହେରା, ଦେବାଶିଷ ଜିତ, ଜିତେନ୍ଦ୍ର ଶତପଥୀ, ଶୁଭସଂକେତ ପାଢ଼ୀ, ସୌମ୍ୟ ପ୍ରକାଶ ରଣା, ତପନ ବାରିକ, ମନୋଜ ବେହେରା ଓ ଅଜୟ ଜେନାଙ୍କ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA