ଭାରତର ପ୍ରିଣ୍ଟିଂ ଓ ପ୍ୟାକେଜିଂ କ୍ଷେତ୍ରରେ ନୂଆ ଐତିହାସିକ ଏମଓୟୁ ସ୍ୱାକ୍ଷରିତ
ନୂଆଦିଲ୍ଲୀ, 16 ସେପ୍ଟେମ୍ବର (ହି.ସ.)- ଭାରତର ପ୍ରିଣ୍ଟିଂ ଏବଂ ପ୍ୟାକେଜିଂ ଶିଳ୍ପକୁ ଏକ ନୂତନ ଦିଗରେ ନେଇଯାଉଥିବା ଏକ ଅଭୂତପୂର୍ବ ପଦକ୍ଷେପ ଅନ୍ତର୍ଗତ, ଇଣ୍ଡିଆନ୍ ପ୍ରିଣ୍ଟିଂ ପ୍ୟାକେଜିଂ ଆଣ୍ଡ ଅଲାଇଡ୍ ମେସିନରୀ ମ୍ୟାନୁଫ୍ୟାକ୍ଚରର୍ସ ଅସୋସିଏସନ୍ (ଆଇପିଏଏମଏ) ଓ ଅଲ୍ ଇଣ୍ଡିଆ ଫେଡ
ଆଇପିଏଏମଏ


ଆଇପିଏଏମଏ


ନୂଆଦିଲ୍ଲୀ, 16 ସେପ୍ଟେମ୍ବର (ହି.ସ.)- ଭାରତର

ପ୍ରିଣ୍ଟିଂ ଏବଂ ପ୍ୟାକେଜିଂ ଶିଳ୍ପକୁ ଏକ ନୂତନ ଦିଗରେ ନେଇଯାଉଥିବା ଏକ ଅଭୂତପୂର୍ବ ପଦକ୍ଷେପ ଅନ୍ତର୍ଗତ, ଇଣ୍ଡିଆନ୍ ପ୍ରିଣ୍ଟିଂ ପ୍ୟାକେଜିଂ ଆଣ୍ଡ ଅଲାଇଡ୍ ମେସିନରୀ

ମ୍ୟାନୁଫ୍ୟାକ୍ଚରର୍ସ ଅସୋସିଏସନ୍ (ଆଇପିଏଏମଏ) ଓ ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ପ୍ରିଣ୍ଟର୍ସ ଏଣ୍ଡ ପ୍ୟାକେଜର୍ସ (ଏଆଇଏଫପିପି) ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ କରିଛନ୍ତି।

ଉତ୍ତର ପ୍ରଦେଶର ନୋଏଡା ସ୍ଥିତ

ଆଇପିଏଏମଏ କାର୍ଯ୍ୟାଳୟରେ ସୋମବାର ଦିନ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ର ଦୁଇଟି ଦିଗଜକୁ

ଏକତ୍ର କରିବାର କାମ କରିବ। ଏହାଦ୍ୱାରା ଦେଶରେ ପ୍ରାୟ 2.5 ଲକ୍ଷ ଉଦ୍ୟମୀଙ୍କୁ ଚାକିରି ଦେଉଥିବା

ଏହି ଶିଳ୍ପରେ ନୂତନତ୍ୱ, ସହଯୋଗ ଓ ବିଶ୍ୱ ମାନ୍ୟତା ପାଇଁ ନୂଆ ଉତ୍ସାହ ସୃଷ୍ଟି ହେବ। ଏହି ବୁଝାମଣାପତ୍ର ଆଇପିଏଏମଏ ଓ

ଏଆଇଏଫପିପିକୁ ପ୍ରଦର୍ଶନୀ ଓ ଆୟୋଜନ ପାଇଁ ବିଶେଷ କୌଶଳାତ୍ମକ ଭାଗୀଦାର ଭାବରେ ମଧ୍ୟ ସ୍ଥାପିତ

କରିଥାଏ।

ଉଭୟ ସଂଗଠନର ମହାସଚିବ

ଇକବାଲ୍ ସିଂହ ଓ ସୁନୀଲ୍ ଜୈନ୍ ଏହି ବୁଝାମଣାପତ୍ରକୁ ଔପଚାରିକ ରୂପ ଦେଇଥିଲେ। ଏଥିରେ ଆଇପିଏଏମଏଅଧ୍ୟକ୍ଷ ଜୟବୀର୍ ସିଂହ ଓ ଏଆଇଏଫପିପିର ମୁଖ୍ୟ ଅଶ୍ୱିନୀ ଗୁପ୍ତଙ୍କର

ବିଶେଷ ଅବଦାନ ଥିଲା। ଏହି ଅବସରରେ ଶିଳ୍ପ ଜଗତର ଅନେକ ପ୍ରତିଷ୍ଠିତ ବ୍ୟକ୍ତିବର୍ଗ ଉପସ୍ଥିତ

ଥିଲେ,

ଯେଉଁମାନଙ୍କ ମଧ୍ୟରେ ଆର୍ ସୁରେଶ୍ କୁମାର, ଧରମ ପାଲ୍ ରାୱତ୍, ଶିବ କୁମାର ଶର୍ମା, କୁଲଜୀତ୍ ସିଂହ୍ ମାନ୍, ପ୍ରଶାନ୍ତ ବତ୍ସ୍, ରାଜେଶ୍ ସରଦାନା, ବିଜୟ ମୋହନ୍, ସନ୍ଦୀପ୍ ଅଗ୍ରୱାଲ୍, ମୁକେଶ୍ କୁମାର, ପ୍ରଶାନ୍ତ ଅଗ୍ରୱାଲ୍, ଦୀପକ୍ ଭାଟିଆ ଓ ପ୍ରଫେସର କମଲ୍ ମୋହନ୍ ଚୋପ୍ରା ପ୍ରମୁଖ ସାମିଲ

ଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ

ଭାଗୀଦାରୀ ଇଣ୍ଟ୍ରାପ୍ୟାକ୍ ଇଣ୍ଡିଆ 2025 ପ୍ରଦର୍ଶନୀରେ ପ୍ରତିଷ୍ଠିତ ପ୍ୟାକେଜିଂ

ଉତ୍କୃଷ୍ଟତା ପୁରସ୍କାର ସହ ଆରମ୍ଭ ହେବ, ଯାହା ଡିସେମ୍ବର 10 ରୁ 13 ପର୍ଯ୍ୟନ୍ତ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଂଟର ଆଣ୍ଡ

ମାର୍ଟରେ ଆୟୋଜିତ ହେବ। ଏହି ଅବସରରେ ସ୍ୱତନ୍ତ୍ର ପୁରସ୍କାର ସମାରୋହ ବି ଆୟୋଜିତ କରାଯିବ ।

ଏଥିପାଇଁ ଆଇପିଏଏମଏପ୍ରଦର୍ଶନୀ ସ୍ଥଳ, ବସିବା ବ୍ୟବସ୍ଥା ଓ ପ୍ରଚାର-ପ୍ରସାର ସହିତ ଆଧୁନିକ ଭିତ୍ତିଭୂମି

ଢାଂଚା ପ୍ରଦାନ କରିବ, ଯେଉଁଥିରେ ଏଆଇଏଫପିପିପୁରସ୍କାର ଢାଞ୍ଚା, ମୂଲ୍ୟାଙ୍କନ ଓ ସମ୍ପୂର୍ଣ୍ଣ ଆୟୋଜନର ନେତୃତ୍ୱ ନେବ।

ଏହି ସହଯୋଗ 2027 ମସିହାରେ ଆୟୋଜିତ 17ତମ ପ୍ରିଣ୍ଟପ୍ୟାକ୍ ଇଣ୍ଡିଆ

ପ୍ରଦର୍ଶନୀ ପର୍ଯ୍ୟନ୍ତ ତାର ଗତିବିଧିରେ ବୃଦ୍ଧି ଆଣିବ । ଏହା ଅନ୍ତର୍ଗତ ମୁଦ୍ରଣ ଓ ପ୍ୟାକେଜିଂ

ଶିଳ୍ପରେ ଉତ୍କୃଷ୍ଟତା ପାଇଁ ଜାତୀୟ ଓ ବିଶ୍ୱସ୍ତରୀୟ ପୁରସ୍କାର ଆରମ୍ଭ କରାଯିବ। ଏହି ବୁଝାମଣାପତ୍ର

ଅନୁଯାୟୀ, ପ୍ରିଣ୍ଟପ୍ୟାକ୍–ରାଜସ୍ଥାନ୍ ଓ

ପ୍ରିଣ୍ଟପ୍ୟାକ୍–ପୂର୍ବୋତ୍ତର ଭଳି

ଅଞ୍ଚଳିକ ପ୍ରୟାସରେ ଏଆଇଏଫପିପିଦ୍ୱାରା

ସଙ୍ଗୋଷ୍ଠୀ ଓ ବ୍ୟକ୍ତିତ୍ୱ ପୁରସ୍କାର ଭଳି ନୂତନ କାର୍ଯ୍ୟକ୍ରମକୁ ମଧ୍ୟ ସଂଚାଳନ କରାଯିବ।

ଜୟବୀର ସିଂହ ଏହି ବୁଝାମଣାପତ୍ରକୁ

ଏକ ମାଇଲ୍‌ଷ୍ଟୋନ୍‌ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ଏହି କ୍ଷେତ୍ରର ଏକ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ, ଯାହା ଦ୍ୱାରା

ଭାରତର ପ୍ରିଣ୍ଟିଂ ଓ ପ୍ୟାକେଜିଂ ଶିଳ୍ପ ବିଶ୍ୱ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିପାରିବ। ଏହି

ଅବସରରେ ପ୍ରଫେସର କମଲ୍ ମୋହନ୍ ଚୋପ୍ରା ଜୟବୀର ସିଂହଙ୍କ ଦୂରଦର୍ଶୀ ନେତୃତ୍ୱର ଅପୂର୍ବ ପ୍ରଶଂସା

କରି କହିଥିଲେ ଯେ, ଏହି ମେଂଟ

ନବାଚାରକୁ ପ୍ରୋତ୍ସାହନ ଦେବା ସହିତ ଉତ୍କୃଷ୍ଟତାର ଉତ୍ସବ ପାଳନ ସହିତ ଏହି କ୍ଷେତ୍ରର

ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ଏକତ୍ର କରିବାର ଏକ ଦୀର୍ଘକାଳୀନ ସ୍ଵପ୍ନକୁ ସାକାର କରିବ।

ଏହି ସହଯୋଗ ଏକ ସୃଜନଶୀଳ ଓ

ପ୍ରଯୁକ୍ତିଗତ ପୁନଃଜାଗରଣକୁ ଜନ୍ମ ଦେବ, ଉଦ୍ୟମୀମାନଙ୍କୁ ସଶକ୍ତ କରିବ ଓ ମୁଦ୍ରଣ ଓ ପ୍ୟାକେଜିଂ ନବାଚାରକୁ

ବିଶ୍ୱର କେନ୍ଦ୍ର ଭାବରେ ଭାରତର ପ୍ରତିଷ୍ଠା ବଢ଼ାଇବ। ଏହି ବୁଝାମଣାପତ୍ର ପ୍ରିଣ୍ଟପ୍ୟାକ୍

ଇଣ୍ଡିଆ 2027 ପର୍ଯ୍ୟନ୍ତ ବୈଧ ରହିବ ଏବଂ ଉଭୟ ପକ୍ଷ ପୂର୍ବ ସହମତି ବିନା ଅନ୍ୟ କୌଣସି

ରଣନୀତିଗତ ଭାଗୀଦାରଙ୍କୁ ଗ୍ରହଣ କରିବେ ନାହିଁ ବୋଲି ସହମତି ପ୍ରକାଶ କରିଛନ୍ତି। ଏହା ଅନ୍ତର୍ଗତ

ଏକ କେନ୍ଦ୍ରିତ ଓ ଶକ୍ତିଶାଳୀ ମେଂଟକୁ ପ୍ରୋତ୍ସାହନ ମିଳିଥାଏ ।

ଏହି ବୁଝାମଣାପତ୍ର ସହଯୋଗ, ଗୋପନୀୟତା ଓ ବିବାଦ ସମାଧାନ ପାଇଁ ଏକ ମଜବୁତ ଢାଞ୍ଚାର ରୂପରେଖ

ପ୍ରସ୍ତୁତ କରିଥାଏ, ଯାହାଦ୍ୱାରା ଭବିଷ୍ୟତ ଚୁକ୍ତିଗୁଡିକରେ ବିସ୍ତୃତ ଭାବେ ଉଲ୍ଲଖିତ ବିଶିଷ୍ଟ ପ୍ରତିବଦ୍ଧତା

ସାମିଲ ରହିଛି । ଏହି ଐତିହାସିକ ସହଯୋଗ ଭାରତର ପ୍ରିଣ୍ଟିଂ ଓ ପ୍ୟାକେଜିଂ ଶିଳ୍ପକୁ ଅଭୂତପୂର୍ବ ଉଚ୍ଚତା

ପ୍ରଦାନ କରିବ, ଯାହାଦ୍ୱାରା ନବାଚାର ଓ ଅଦ୍ୱିତୀୟ ବିକାଶର ଏକ ନୂଆ ଐତିହ୍ୟର ସୂତ୍ରପାତ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande