ନୂଆଦିଲ୍ଲୀ, ୧୬ ସେପ୍ଟେମ୍ବର(ହି.ସ.) – ରାଷ୍ଟ୍ରୀୟ ସାଧନ-ସହ-ଯୋଗ୍ୟତା ଛାତ୍ରବୃତି ଯୋଜନା(ଏନ୍ଏମ୍ଏମ୍ଏସ୍)ରେ ରାଷ୍ଟ୍ରୀୟ ଛାତ୍ରବୃତି ପୋର୍ଟାଲ(ଏନ୍ଏସ୍ପି)ରେ ଆବେଦନର ଶେଷ ତିଥିକୁ ୧୫ ସେପ୍ଟେମ୍ବରରୁ ବଢ଼ାଇ ୩୦ ସେପ୍ଟେମ୍ବର କରିଦିଆ ଯାଇଛି। ଏହା ପୂର୍ବରୁ ଶେଷ ତାରିଖ ୩୧ ଅଗଷ୍ଟରୁ ବଢ଼ାଇ ୧୫ ସେପ୍ଟେମ୍ବରର କରାଯାଇଥିଲା।
ସରକାରୀ ସହାୟତା ପ୍ରାପ୍ତ, ଏବଂ ସ୍ଥାନୀୟ ନିକାୟ ସ୍କୁଲରେ ଲାଗୁ ଏହି ଯୋଜନାରେ ଆର୍ôଥକ ରୂପେ ଦୁର୍ବଳ ଶ୍ରେଣୀ ନ’ର ମେଧାବୀ ଛାତ୍ରଙ୍କୁ ପ୍ରତିବର୍ଷ ୧୨,୦୦୦ ଟଙ୍କାର ଛାତ୍ରବୃତି ଦିଆଯାଏ, ଯେଉଁ ଶ୍ରେଣୀ ଦ୍ୱାଦଶ ପର୍ଯ୍ୟନ୍ତ ନବୀନିକରଣ ଆଧାରରେ ଜାରି ରହେ। ଏହି ଯୋଜନାର ଉଦ୍ଦେଶ୍ୟ ପ୍ରାଥମିକ ସ୍ତରରେ ସ୍କୁଲ ଛାଡ଼ିବାର ସମସ୍ୟାକୁ ରୋକିବା ଏବଂ ଉଚ୍ଚତର ମାଧ୍ୟମିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି