ଅପରେଶନ ପ୍ରହାର : ୯ ମାମଲାରେ ୧୧ ଗିରଫ
ଖୋର୍ଦ୍ଧା, ୧୬ ସେପ୍ଟେମ୍ବର(ହି.ସ.) – ପାର୍ବଣ ସମୟରେ ଆପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ପ୍ରହାର। ଏନେଇ ଖୋର୍ଦ୍ଧା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ସମସ୍ତ ଥାନା ଅଂଚଳରେ ଚଢ଼ାଉକୁ ଜୋର୍‌ଦାର କରାଯାଇଥିବାବେଳେ
ଅପରେଶନ ପ୍ରହାର : ୯ ମାମଲାରେ ୧୧ ଗିରଫ


ଖୋର୍ଦ୍ଧା, ୧୬ ସେପ୍ଟେମ୍ବର(ହି.ସ.) – ପାର୍ବଣ ସମୟରେ ଆପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ପ୍ରହାର। ଏନେଇ ଖୋର୍ଦ୍ଧା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ସମସ୍ତ ଥାନା ଅଂଚଳରେ ଚଢ଼ାଉକୁ ଜୋର୍‌ଦାର କରାଯାଇଥିବାବେଳେ ବିଳମ୍ବିତ ରାତିରେ ବିଭିନ୍ନ ଛକ ସ୍ଥାନରେ ନାକାବନ୍ଦୀ କରାଯାଇ ଯାଂଚ କରାଯାଉଛି। ମଙ୍ଗଳବାର ସୁଦ୍ଧା ଅପରେଶନ ପ୍ରହାର ଅନ୍ତର୍ଗତ ବିଭିନ୍ନ ଥାନାରେ ୯ଟି ମାମଲା ରୁଜୁ ହୋଇଥିବାବେଳେ ୧୧ଜଣଙ୍କୁ ଗିରଫ କରାଯାଇଛି। ବିଏସ୍‌ଏସ୍‌ଏସ୍ ଧାରା ୧୨୯ରେ ୧୬ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଗତ ୧୫ଦିନ ମଧ୍ୟ ଧ୍ୟରେ ୧୮୩.୫୭ ଗ୍ରାମ୍ ବ୍ରାଉନ୍‌ସୁଗାର ଏବଂ ୨୧କେଜି ୩୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି ବୋଲି ଏସ୍‌ପି ବିବେକାନନ୍ଦ ଶର୍ମା କହିଛନ୍ତି। ପାର୍ବଣ ସମୟରେ ନିଶା କାରବାର, ଆପରାଧିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସମସ୍ତ ଥାନା ଅଂଚଳରେ ରାତ୍ରି ପାଟ୍ରୋଲିଂ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମ୍ ଫ୍ରି ଜୋନ୍ ଉପରେ ବେଶ୍ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ବିଭିନ୍ନ ଆପରାଧିକ ମାମଲାରେ ଜେଲ୍ ଯାଇ ଜାମିନରେ ଆସିଥିବା ଅପରାଧୀ, ହାର୍ଡ଼କୋର କ୍ରିମିନାଲଙ୍କ ଉପରେ ବିଶେଷ ଭାବେ ନଜର ରଖାଯାଇଛି। କୌଣସି ସ୍ଥାନରେ ଅପ୍ରୀତିକର ସ୍ଥିତି ଘଟିଲେ ତୁରନ୍ତ ନିକଟ ଥାନାକୁ ଜଣାଇବାକୁ ଏସ୍‌ପି ପରାମର୍ଶ ଦେଇଛନ୍ତି। ପାର୍ବଣ ସମୟରେ ସମସ୍ତ ଛକ, ଜନଗହଳି ସ୍ଥାନରେ ପୋଲିସ ମୁତୟନ କରାଯିବ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande