ପ୍ରଧାନମନ୍ତ୍ରୀ କାଲି ମଧ୍ୟପ୍ରଦେଶର ଧାରରେ ମହିଳା କେନ୍ଦ୍ରିତ ସ୍ୱାସ୍ଥ୍ୟ ସେବାରେ ରାଷ୍ଟ୍ରବ୍ୟାପୀ ଅଭିଯାନର କରିବେ ଶୁଭାରମ୍ଭ
ନୂଆଦିଲ୍ଲୀ, ୧୬ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବରକୁ ନିଜ ଜନ୍ମଦିନରେ ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ସୁସ୍ଥ ନାରୀ ସଶକ୍ତ ପରିବାର ଏବଂ ଅଷ୍ଟମ ରାଷ୍ଟ୍ରୀୟ ଘୋଷଣା ମାସ ଅଭିଯାନର ଶୁଭାରମ୍ଭ କରିବେ। ଏହି ରାଷ୍ଟ୍ରବ୍ୟାପୀ ଅଭିଯାନର ଉଦ୍ଦେଶ୍ୟ ସାମୁଦାୟିକ ସ୍ତରରେ ମହ
ପ୍ରଧାନମନ୍ତ୍ରୀ କାଲି ମଧ୍ୟପ୍ରଦେଶର ଧାରରେ ମହିଳା କେନ୍ଦ୍ରିତ ସ୍ୱାସ୍ଥ୍ୟ ସେବାରେ ରାଷ୍ଟ୍ରବ୍ୟାପୀ ଅଭିଯାନର କରିବେ ଶୁଭାରମ୍ଭ


ନୂଆଦିଲ୍ଲୀ, ୧୬ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବରକୁ ନିଜ ଜନ୍ମଦିନରେ ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ସୁସ୍ଥ ନାରୀ ସଶକ୍ତ ପରିବାର ଏବଂ ଅଷ୍ଟମ ରାଷ୍ଟ୍ରୀୟ ଘୋଷଣା ମାସ ଅଭିଯାନର ଶୁଭାରମ୍ଭ କରିବେ। ଏହି ରାଷ୍ଟ୍ରବ୍ୟାପୀ ଅଭିଯାନର ଉଦ୍ଦେଶ୍ୟ ସାମୁଦାୟିକ ସ୍ତରରେ ମହିଳା କେନ୍ଦ୍ରୀତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, ଏହି ଅଭିଯାନ ୧୭ ସେପେ୍‌ଟମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଦେଶସାରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚ୍ସି), ଜିଲ୍ଲା ହସ୍ପିଟାଲ ଏବଂ ଅନ୍ୟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ କରାଯିବ। ଏକଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯିବ, ଯେଉଁଥିରେ ଏହି ଦେଶରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଏବେଯାଏଁର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଅଭିଯାନ ହେବ। ଦେଶସାରାର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତିଦିନ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯିବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କେତେକ ଅନ୍ୟ କାର୍ଯ୍ୟକ୍ରମର ଶିଳାନ୍ୟାସ ଏବଂ ଶୁଭାରମ୍ଭ ମଧ୍ୟ କରିବେ ଏବଂ ଉପସ୍ଥିତ ଜନସମୁହକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଦେଶସାରାର ମହିଳାମାନଙ୍କ ବ୍ୟାଙ୍କ ଖାତାରେ ଏକ କ୍ଲିକ୍‌ରେ ସିଧା ଧନରାଶି ହସ୍ତାନ୍ତରିତ କରିବେ। ଏଥିରେ ଦେଶର ପ୍ରାୟ ଦଶ ଲକ୍ଷ ମହିଳାମାନଙ୍କର ଲାଭ ହେବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande