ନୂଆଦିଲ୍ଲୀ, ୧୬ ସେପ୍ଟେମ୍ବର(ହି.ସ.) – ମରିଶସର ପ୍ରଧାନମନ୍ତ୍ରୀ ଡା. ନବୀନଚନ୍ଦ୍ର ରାମଗୁଲାମ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସହିତ ତାଙ୍କର ୯ରୁ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତର ରାଜକୀୟ ଯାତ୍ରା ସମ୍ପନ୍ନ ହୋଇଛି। ଏହି ଅବସରରେ ସେ ମୁମ୍ବାଇ, ବାରାଣସୀ, ଅଯୋଧ୍ୟା, ଉତରାଖଣ୍ଡର ଋଷିକେଶ ଏବଂ ହରିଦ୍ୱାରା ଏବଂ ତିରୁପତି ଗସ୍ତ କରିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ରାମଗୁଲାମ ଏବଂ ତାଙ୍କ ପ୍ରତିନିଧିମଣ୍ଡଳର ସ୍ୱାଗତ କରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତର ପଡ଼ୋଶୀ ପ୍ରଥମ ନୀତି, ମହାସାଗର ଭିନ ଏବଂ ବୈଶ୍ୱିକ ଦକ୍ଷିଣ ପ୍ରତି ଆମର ପ୍ରତିବଦ୍ଧତାରେ ମରିଶସର ବିଶେଷ ସ୍ଥାନ ଅଛି। ଦୁଇ ଦେଶ ମଧ୍ୟରେ ସବୁ କ୍ଷେତ୍ରରେ ସାହାଯ୍ୟ ଏବଂ ସହଯୋଗ ବଢ଼ିବାରୁ ପ୍ରସସ୍ତ୍ର ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଏହି ବୃଦ୍ଧି ନିକଟରେ ସମ୍ବନ୍ଧର ସମ୍ବର୍ନ୍ଧିତ ରଣନୀତିକ ସହଯୋଗର ସ୍ତର ପର୍ଯ୍ୟନ୍ତ ପହଂଚିବାରେ ପରିଲକ୍ଷିତ ହୁଏ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି