ପ୍ରବାସୀ ଶ୍ରମିକ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୧୬ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭଣ୍ଡାରିପୋଖରୀ ବ୍ଲକ ଅଧିନସ୍ଥ ନେରଡ଼ା ଗ୍ରାମ ପଂଚାୟତ ତଥା ଆଖୁଆପଦା ଛକ ହରପାର୍ବତୀ ଅନୁଷ୍ଠାନ ସଭାଗୃହରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସଂପର୍କିତ ସଚେତନତ
PRABASI SRAMIKA SACHETANATA


ଭଦ୍ରକ, ୧୬ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭଣ୍ଡାରିପୋଖରୀ ବ୍ଲକ ଅଧିନସ୍ଥ ନେରଡ଼ା ଗ୍ରାମ ପଂଚାୟତ ତଥା ଆଖୁଆପଦା ଛକ ହରପାର୍ବତୀ ଅନୁଷ୍ଠାନ ସଭାଗୃହରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିିବ ପୁଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ପାଇଁ ସଚେତନଶୀଳ ତଥା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ୍ ଓ ମୌଳିକ କର୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୬ଜଣ ଶ୍ରମିକଙ୍କୁ ଶ୍ରମକାର୍ଡ଼ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ପ୍ରତ୍ୟୁସ କୁମାର ବେହେରା, ଡ଼. ତାପସ କୁମାର ମହାନ୍ତି, ସହକାରୀ ପ୍ରତିପକ୍ଷ ଅଧିବକ୍ତା, ପ୍ରବାସୀ ଶ୍ରମିକ, ର୍ନିମାଣ ଶ୍ରମିକ ଓ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ, ସମସ୍ୟାର ସମାଧାନ ତଥା ଦୁର୍ଘଟଣା ଶ୍ରମିକଙ୍କ ସମସ୍ୟା ଉପରେ ବିଚାର ବିମର୍ଶ ଓ ଉପଦେଶମାନ ପ୍ରଦାନ କରିଥିଲେ ।ଏଥି ସହ ଶ୍ରମିକଙ୍କ ସମାଧାନ କ୍ଷେତ୍ରରେ ପିଏଲ୍‌ଭି ହରେକୃଷ୍ଣ ନାୟକ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ କର୍ମୀ ଶରତ କୁମାର ଯେନା ତାଙ୍କ ବକ୍ତବ୍ୟରେ ନେରଡ଼ା ପଂଚାୟତର ସମସ୍ୟା ଓ ଯୁବ ସମାଜ ଉପରେ ତାଙ୍କର ମତବ୍ୟକ୍ତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଆଇନ୍‌ସେବା ପ୍ରାଧିକରଣଙ୍କ ପ୍ରଦତ ୧୫୧୦୦ (ଟୋଲ୍ ପ୍ରିଂ) ନମ୍ବର ତଥା ଆଇନସେବା ପ୍ରାଧିକରଣ ଭଦ୍ରକ କାର୍ଯ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା । ଉକ୍ତ ଗ୍ରାମ ପଂଚାୟତ ଅଧିବାସୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ଓ ଜିଲ୍ଲା ଆଇନ୍‌ସେବାର କର୍ମକର୍ତାମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande