କେନ୍ଦୁଝର, 16 ସେପ୍ଟେମ୍ବର (ହି.ସ.) ଆସନ୍ତା କାଲି ବିଶ୍ଵର କାରିଗର ବିଶ୍ଵକର୍ମାଙ୍କ ପୂଜା। ଏନେଇ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ବ୍ୟାପକ ପ୍ରସ୍ତୁତି କରଯାଇଛି। ବିଶେଷ କରି ଜିଲ୍ଲାର ଶିଳ୍ପାନୁଷ୍ଠାନ, ଖଣି ଅନୁଷ୍ଠାନ ଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲା ମୁଖ୍ୟାଳୟରେ ଟିପିଏନଓଡିଏଲ , ସରକାରି ବସଷ୍ଟାଣ୍ଡ, ବେସରକାରୀ ବସ ମାଲିକ ସଂଘ, ଜିଲ୍ଲା ଠିକାଦାର ସଙ୍ଘ, ପୂର୍ତ୍ତ ବିଭାଗ, ଜଳ ଓ ପରିମଳ ବିଭାଗ ଆଦିରେ ବିଶ୍ଵକର୍ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA