ସଠିପୁର ବରୁଣ୍ଡେଇ ରାସ୍ତାରେ ଦବିଗଲା ବାଲି ହାଇୱା, ଗମନାଗମନ ଠପ, ୫ ହାଇୱା ଜବତ
କୋରେଇ,୧୬ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳଙ୍କ ନିର୍ଦ୍ଦଶ ତଥା କଣିବିଭାଗର ନିର୍ଦ୍ଦଶକୁ ବେଖାତିରି କରି ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ସେମାବାର ବିମ୍ବିତ ରାତ୍ରୀ ଏକ ବାଲି ହାଇସ୍ୱା ଦରାପଡିବାରୁ ସତ ସମ୍ନାକୁ ଆସିଛି ।ସଠିପୁର ବରୁଣ୍ଡାଇ ରାସ୍ତାର ଦେପଦା ଠାରେ ରାସ୍ତା ଏକ ବାଲି ହାଇୱା ଦବି ର
ସଠିପୁର ବରୁଣ୍ଡେଇ ରାସ୍ତାରେ ଦବିଗଲା ବାଲି ହାଇୱା, ଗମନାଗମନ ଠପ, ୫ ହାଇୱା ଜବତ


କୋରେଇ,୧୬ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳଙ୍କ ନିର୍ଦ୍ଦଶ ତଥା କଣିବିଭାଗର ନିର୍ଦ୍ଦଶକୁ ବେଖାତିରି କରି ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ସେମାବାର ବିମ୍ବିତ ରାତ୍ରୀ ଏକ ବାଲି ହାଇସ୍ୱା ଦରାପଡିବାରୁ ସତ ସମ୍ନାକୁ ଆସିଛି ।ସଠିପୁର ବରୁଣ୍ଡାଇ ରାସ୍ତାର ଦେପଦା ଠାରେ ରାସ୍ତା ଏକ ବାଲି ହାଇୱା ଦବି ରହିଯିବାରୁ ଚୋରା ବାଳି ଚାଲାଣ ସ୍ପଷ୍ଟ ହୋଇଛି । ଖଣିବିଭାଗର ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧୫ ପର୍ଯ୍ୟନ୍ତ ନଦୀରୁ ବାଲି ଉଠିପାରିବ ନାହିଁ । ଅପରପକ୍ଷେ ଏହି ରାସ୍ତା ଦୋହରୀ କରଣ ଚାଲିଥିବା ବେେଳେ କୌଣସି ଭାରିଯାନ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ନଚାଲିବାକୁ ଜିଲ୍ଲାଙ୍କ ନିର୍ଦ୍ଦେଶ ରହିଛି । ମାତ୍ର ରାତିଅଧିଆ ଶତାଧିକ ବାଲିଗାଡି ଚାଲୁଥିବାରୁ ରାସ୍ତା କାମ କରିହେଉନଥିବା ବେଳେ ବାରମ୍ବାର ମଝି ସିମେଂଟ ଡାଇଭରସନ ଭାଂଗିବାର ଦେଖବବାକୁ ମିଳିଥିଲା । ମାତ୍ର ପ୍ରଶାସନ ସବୁ ଜାଣି ଚୁପ ହେଶଇବସିଥିବା ବେଳେ ଆଜି ସତ ଧରାପଡିଛି । ସେମାବାର ରାତ୍ରୀରେ ବାଲି ନେଇ ଆସୁଥିବା ଏକ ହାଇୱା (ଓଡି୦୧ଏକେ ୦୯୧୬) ରାସ୍ତାରେ ଦବି ଯିବାରୁ ଗମନାଗମନ ସମ୍ବୂର୍ଣ୍ଣ ଠପ ହୋଇଥିଲା । ଏମିତିକି ଏହି ରାସ୍ତାରେ ବାଇକ ନେଇ ଯିବା ସମ୍ଭବ ହୋଇନଥିଲା । ଏନେଇ ଅଭିଯୋଗ ପରେ ଗଟଣାସ୍ଥଳେ ପାଣିକୋଇଲି ପୁଲିସ ଓ ଯାଜପୁର ଖଣି ବିଭାଗ ଅଧିକାରୀ ସେଠାରେ ପହଂଚିଥିଲେ । ଗମନାଗମନ ବନ୍ଦ ଯୋଗୁ ସାଧାରଣରେ ଅସନ୍ତୋଷ ବ୍ୟାପିବାରେ ଲାଗିଥିଲା । ପରେ ଚେନପୁଲି ସାହାଯ୍ୟରେ ଉକ୍ତ ହାଇୱାକୁ ଉଠାଯିବା ପରେ ଏହାକୁ ଖଣି ବିଭାଗ ଜବତ କରିଥିଲା । ତାର ପଛରେ ଆଉ ୪ଟି ହାଇୱା ଅଟକିଥିଲା । ମାତ୍ର ସମସ୍ତ ଗାଡି ଯାଂଚରେ ଟିପି ଥିବାରୁ ଓ ଉକ୍ତ ରାସ୍ତାରେ ଗାଡି ଚଳାଚଳ ଜିଲ୍ଲାପାଳ ବନ୍ଦ କରିଥିବାରୁ ପରିବହନ ବିଭାଗକୁ ଗାଡି ଗୁଡିକୁ ହସ୍ତାନ୍ତର କରାଯାଇଥିଲା । ପରିବହନ ବିଭାଗ ଗାଡି ଗୁଡିକୁ କୋରେଇ ଥାନାକୁ ନେଇଯାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande