ରାଇରଙ୍ଗପୁର, ୧୬ ସେପ୍ଟେମ୍ବର (ହି.ସ.)-
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମମହୋତ୍ସବ ମଙ୍ଗଳବାର ଦିନ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହୁଲଡିହା ସତସଙ୍ଗ କେନ୍ଦ୍ର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ବ୍ରାହ୍ମ ମୁହର୍ତ୍ତରେ ବେଦ ମାଙ୍ଗଳିକ, ପ୍ରାତଃ ବିନତୀ ପ୍ରାର୍ଥନା ଓ ସତ୍ ଗ୍ରନ୍ଥାଦି ପାଠ କରାଯାଇଥିଲା l ପରେ ସକାଳ ୭ଟା ୫ ମିନିଟ ସମୟରେ ଜନ୍ମଲଗ୍ନ ଘୋଷଣା ହୁଏ l ତତ୍ ପରେ ସଙ୍ଗୀତାଞ୍ଜଳି, ୧୦ଟା ସମୟରେ ମାତୁସମ୍ମିଳନୀ ଓ ୧୧ଟା ୩୦ ମିନିଟରେ ସତସଙ୍ଗ ଓ ସଦଆଲୋଚନା ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ଯକ୍ରମରେ ଅଧ୍ଯକ୍ଷତା କରିଥିଲେ ଗୋଲକ ବିହାରୀ ଆଚାର୍ଯ୍ୟ (ସ۔ପ୍ର۔ଋ), ମୁଖ୍ଯବକ୍ତା ଭାବେ ନେମାଳରୁ ଆଗତ ବିଜୟ କୁମାର ଦାସ, ବରିଷ୍ଠ ଋତିକ ନିଗମାନନ୍ଦ ପଟ୍ଟନାୟକ ତଥା ଅନ୍ଯାନ୍ଯ କର୍ମୀମାନଙ୍କ ମଧ୍ଯରୁ ପରେଶ ଚନ୍ଦ୍ର ଗିରି, ସରୋଜ କୁମାର ଗିରି, ଗଗନଧ୍ବଜ ମହାନ୍ତ, କାର୍ତ୍ତିକ କୁମାର ମହାନ୍ତ, ସୁରେଦ୍ର ନାଥ ନାୟକ ଓ ମହୁଲଡିହା ସତସଙ୍ଗ କେନ୍ଦ୍ରର ପରିଚାଳକ ବଳରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ I ବକ୍ତାମାନେ କହିଥିଲେ, ଆଜି ଜନସମାଜ ପଥଭ୍ରଷ୍ଟ ହୋଇଥିଲା ବେଳେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ବାଣୀ ମଣିଷ ସମାଜକୁ ଦିଗଦର୍ଶନ ପ୍ରଦାନ କରିଛି I ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଜୀବନାଦର୍ଶ ଏବଂ ସମସ୍ତ ସମସ୍ଯାର ସମାଧାନ, ପରିବାର ଜୀବନ ଠାରୁ ରାଷ୍ଟ୍ରଜୀବନ ପର୍ଯ୍ଯନ୍ତ ସମସ୍ତ କଥାକୁ ଶ୍ରୀ ଶ୍ରୀ ଠାକୁର କିଭଳି ଭାବେ କରିବାକୁ ହେବ, ସେ ସଂପର୍କରେ ଟିକିନିଖି ନିଜେ କରିକି ଦେଖାଇ ଦେଇଛନ୍ତି
ଏହି କାର୍ଯ୍ଯକ୍ରମରେ ମନ କୁମାର ଗିରି ସତ୍ଯାନୁସରଣ ପାଠ କରିଥିଲା ବେଳେ ସୁଦୀପ୍ତ କୁମାର ଗିରି ନାରୀର ନୀତି ସଂପର୍କରେ ବର୍ଣ୍ଣନା କରିଥିଲେ I ବର୍ଷାରାଣୀ ମହାନ୍ତ, ପୁନମ ମହାନ୍ତ, ସୁରେନ୍ଦ୍ରନାଥ ନାୟକ, ଭାସ୍କର ପ୍ରତୀମ ପଟ୍ଟନାୟକ ଓ ବିଭୂତି ଭୂଷଣ ଜ୍ଯୋତିଷୀ ପ୍ରମୁଖ ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ I ମାତୁସମ୍ମିଳନୀରେ ସଭାପତିତ୍ବ ଶ୍ରୀମତୀ ସରୋଜିନୀ ପଟ୍ଟନାୟକ କରିଥିଲା ବେଳେ ଅନ୍ଯମାନଙ୍କ ମଧ୍ଯରୁ ସଂନ୍ଧ୍ଯାରାଣୀ ଆଚାର୍ଯ୍ୟ, ମଧୁସ୍ମିତା ଗିରି, କ୍ରିଷ୍ଣା ମଣ୍ଡଳ, ବନ୍ଦିତା ଜ୍ଯୋତିଷୀ, ଅବନ୍ତୀ ଗିରି ଓ ସବିତା ଆଚାର୍ଯ୍ୟ ପ୍ରମୁଖ ଭଜନକୀର୍ତ୍ତନ ଓ ଜାଜନ କରିଥିଲେ I ଦିବସ ବ୍ଯାପୀ ଏହି କାର୍ଯ୍ଯକ୍ରମରେ ଭୂମିକା ଚକ୍ଷୁ ହସପିଟାଲ (କରଂଜିଆ ) ଓ ମହୁଲଡିହା ସତସଙ୍ଗ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା I ଏଥିରେ ଲୋକମାନଙ୍କର ଚକ୍ଷୁର ବିଭିନ୍ନ ପ୍ରକାର ସମସ୍ଯାର ସମାଧାନ ସହିତ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା I ଯାହାକି ଭୂମିକା ଚକ୍ଷୁ ଡାକ୍ତରଖାନାର ଜୋନାଲ ମ୍ଯାନେଜର ବର୍ଣ୍ଣାଟ କେଶରୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ଭୂମିକାର ଡାକ୍ତର ଟିମ୍ ମାମିନା ନାୟକ, ମାନବେନ୍ଦ୍ର ମହାନ୍ତ ଓ ମମତା ବାରିକ ଓ ରାଇରଙ୍ଗପୁର ବ୍ଲକ ଇନଚାର୍ଯ୍ଯ କାପୁରା ବାସ୍କେ ଚକ୍ଷୁ ପରୀକ୍ଷା କରିଥିଲେ I ଏଥିରେ ମୋଟ ୯୮ ଜଣଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଥିଲା ବେଳେ ୨୦ ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲା I ଅସ୍ତ୍ରପ୍ରଚାର ନିମନ୍ତେ ୧୨ ଜଣଙ୍କୁ କରଂଜିଆ ଭୂମିକା ଚକ୍ଷୁ ଡାକ୍ତରଖାନାକୁ ପଠାଯାଇଥିଲା ଓ ୧୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା I
ଏହି କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ରଘୁନାଥ ମହାନ୍ତ, ଖଗେଶ୍ଵର ନନ୍ଦ, ମନିଷ ମହାପାତ୍ର, ସ୍ବସ୍ତୀ ରଂଜନ ପାଠକ, ତରୁଣ ଗିରି ଓ ରଣଜିତ ବଳ ପ୍ରମୁଖ ସହଯୋଗ କରିଥିଲେ l ଉକ୍ତ ଭବ୍ଯ ଜନ୍ମମହୋତ୍ସବରେ ଉପଖଣ୍ଡ, ରାଇରଙ୍ଗପୁର ମ୍ଯୁନିସିପାଲିଟି, ରାଇରଙ୍ଗପୁର ବ୍ଲକ, ଗୋରୁମହିଷାଣୀ, ବହଳଦା, ଟାଟା, ହଳଦୀପୋଖରୀ, ଜାମଦା, ତିରିଙ୍ଗ, ବଡଡାଳିମା, ତାରଣା, ଯଶିପୁର, ବିଶୋଇ, ରରୁଁଆ, ଗମ୍ଭାରିଆ, ବାସିଙ୍ଗି, ଝରାଡିହି, ବହଳଦା ତଥା ଅନ୍ଯାନ୍ଯ ଅଞ୍ଚଳରୁ ପ୍ରାୟ ୪ ଶହରୁ ଉର୍ଧ୍ଵ ଭକ୍ତ ଯୋଗଦେଇ ଭଣ୍ଡାରା ( ଆନନ୍ଦ ବଜାର) ରେ ପ୍ରସାଦ ସେବନ କରିଥିଲେ I ପରିଶେଷରେ ସରୋଜ କୁମାର ଗିରି ଧନ୍ଯବାଦ ଅର୍ପଣ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ