କେନ୍ଦ୍ରାପଡ଼ା, ୧୬ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡା ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ବିଜ୍ଞାନ ବିଭାଗ ତରଫରୁ ବିଶ୍ୱ ଓଜୋନ୍ ଦିବସ ପାଳନନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକ ପୌରହିତ୍ୟ କରିଥିଲେ ଏବଂ ଛାତ୍ରୀମାନଙ୍କୁ ଓଜୋନ ସ୍ତରର ଅବକ୍ଷୟର କାରଣ ଓ ନିରାକରଣ ଉପରେ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ଗଣିତ ବିଭାଗର ଅଧ୍ୟାପିକା ନିବେଦିତା ନାୟକ ସ୍ୱାଗତ ଭାଷଣ ଦେବା ସହିତ ରସାୟନ ବିଭାଗର ଅଧ୍ୟାପିକା ଡ଼ ଏରିକା ମହାନ୍ତି, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ବ୍ରହ୍ମାନନ୍ଦ ସେଠୀ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଭୂତତ୍ୱ ବିଜ୍ଞାନ ବିଭାଗର ଅଧ୍ୟାପକ ଡ଼ ସୂର୍ଯ୍ୟକାନ୍ତ ରାଉତ ବିଷୟ ବିଶାରଦ ଭାବେ ଯୋଗ ଦେଇ କିଭଳି ଭାବେ ଓଜୋନ୍ ସ୍ତରକୁ ନଷ୍ଟ ନକରି ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ଦେଇ ହେବ ସେ ବିଷୟରେ ଛାତ୍ରୀମାନଙ୍କୁ ଅବଗତ ଦେଇଥିଲେ। ସର୍ବଶେଷରେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ବନସ୍ମିତା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନେକ ଛାତ୍ରୀ, ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି