ମାଲକାନଗିରି, ୧୬ ସେପ୍ଟେମ୍ବର (ହି.ସ.)-
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୋଣ୍ଡା ଅଞ୍ଚଳରେ ଅଜଣା ବ୍ୟକ୍ତି ଦୁର୍ଘଟଣାର ସମ୍ମୁଖିନ ହୋଇ ରାସ୍ତା କଡ଼ରେ ପଡ଼ିରହିଥିଲେ । ସ୍ଥାନୀୟ ଗ୍ରାମବାସୀ ଦେଖି କାଲିମେଳା ପୋଲିସକୁ ଖବର ଦେବା ସହ ଆମ୍ବୁଲାନ୍ସ ଯୋଗେ କାଲିମେଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତକଙ୍କ କୌଣସି ପରିଚୟ ମିଳି ପାରିନଥିବା ବେଳେ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଘଟଣାରୁ ଅନୁମାନ କରାଯାଉଛି, କେହି ଦୁର୍ବୃତ୍ତ ସାମ୍ନା ପଟୁ ତାଙ୍କୁ ଗାଡି ଯୋଗେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏହାର ପ୍ରକୃତ ଘଟଣା ପୋଲିସର ତଦନ୍ତ ପରେ ଜଣାପଡିବ । ମୃତ୍ୟୁ ଘଟିବାର ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କ ପରିଚୟ ମିଳିନଥିବାରୁ କାଲିମେଳା ପୋଲିସ କାଲିମେଳା ତହସିଲଦାର ଏବଂ ବିଡ଼ିଓଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ ପାଇଁ ପଠେଇଥିବା ଜଣାପଡ଼ିଛି । ଶବ ବ୍ୟବଛେଦ ପରେ ଉଭୟଙ୍କ ଉପସ୍ଥିତିରେ ଶବ ଦାହ ସଂସ୍କାର କରାଯିବ ବୋଲି କାଲିମେଳା ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ