ମାଲକାନଗିରି ୧୬ ସେପ୍ଟେମ୍ବର (ହି.ସ.)ଝିଅ ଜନ୍ମ ହେଲା, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଖୁସି ର ଲହରୀ। ହେଲେ ଝିଅ ଜନ୍ମ ପରେ ଜେଜେ ମାଙ୍କ ଠାରୁ ନବଜାତକୁ ଚିକିତ୍ସା ହେବ କହି କିଛି ସ୍ୱାସ୍ଥ୍ୟ କର୍ମୀ ନେଇ ଯାଇଥିବା ବେଳେ ଆଉ ଶିଶୁ କନ୍ୟାକୁ ଫେରାଉ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣା ଅତ୍ୟନ୍ତ ସମ୍ବେଦନ ଶୀଳ ହୋଇଥିବା ବେଳେ ଏପରି କିଛି ଅଭିଯୋଗ ଆମ ନିକଟକୁ ଆସି ନାହି, ଲିଖିତ ଅଭିଯୋଗ ଆସିଲେ ଏହାର ଉଚିତ ତଦନ୍ତ କରିବୁ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ। ଅଭିଯୋଗ ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲ୍ଲୀ ଗ୍ରାମର ଲଚୁ କବାସୀଙ୍କ ସ୍ତ୍ରୀ ଆଡମେ ପଡିଆମୀ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ମାଥିଲି ସ୍ଵାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ ପରିବାର ଲୋକେl ସେଠାରୁ ଆଡମେଙ୍କୁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲାl ଗତ ୧୮/୦୭/୨୦୨୫ ତାରିଖ ଅପରାହ୍ନ ସମୟରେ ଆଡମେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଆଡମେଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କ ଶାଶୁ ବାଣ୍ଡୀ କବାସୀଙ୍କୁ କିଛି ମହିଳା ସ୍ୱାସ୍ଥ୍ୟ କର୍ମୀ ନବଜାତକୁ ଧରାଇ ନାହି କାଟିବା ପରେ ଶିଶୁ କନ୍ୟାକୁ ସ୍ୱାସ୍ଥ୍ୟ କର୍ମୀ ଭିତରକୁ ନେଇଯାଇଥିଲେ। ତେବେ ଏହି ସମୟରେ ଶିଶୁ କନ୍ୟାଟି କାନ୍ଦୁ ଥିଲା ବୋଲି କହିଛନ୍ତି ଆଡମେଙ୍କ ଶାଶୁl ଏହାରି ମଧ୍ୟରେ କିଛି ଦିନ ଚିକତ୍ସା ପରେ ମା ଆଡମେ ସୁସ୍ଥ ହେବା ପରେ ଛୁଆ କୁଆଡେ ଗଲା ବୋଲି ପଚାରିବା ବାରୁ ତାଙ୍କ ସ୍ୱାମୀ ଲଚୁ କବାସୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶିଶୁ କନ୍ୟା ମାଗିବା ବେଳକୁ ଛୁଆଟି ମରି ଯାଇଥିବା କହିଥିବାରୁ ସେ ଛୁଆ ମୃତ ଦେହ ମାଗିଥିଲେ। ତେବେ ସେଠାରେ ସ୍ୱାସ୍ଥ୍ୟ କର୍ମୀ ଲଚୁଙ୍କୁ ଧମକ ଦେବା ସହ କେସ କରିବି କହି ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ରୁ ଡିସ୍ଚାର୍ଜ କରିଦେଇଥିବା ଅଭିଯୋଗ କରିଛନ୍ତି ଲଚୁl ଘଟଣାକୁ ପ୍ରାୟ ୨ ମାସ ହୋଇଥିବା ବେଳେ ଏନେଇ ଲଚୁ ଆଜି ସୁଦ୍ଧା କାହା ନିକଟରେ ଅଭିଯୋଗ କରି ନଥିବା ଓ ଚୁପ ରହିଥିବା ପଛରେ କଣ କାରଣ ରହିଛି ତାହା ଯଦିଓ ସ୍ପଷ୍ଟ ନୁହେ ତେବେ ଛୁଆ ବଂଚିଛି ନା ମରିଯାଇଛି ସେନେଇ ସେ ଚିନ୍ତିତ ଓ ମାନସିକ ସ୍ତରରେ ଆଘାତ ପାଇଥିବା ଅଭିଯୋଗ କରିଛନ୍ତିl ଗରିବ ପରିବାରକୁ ନ୍ୟାୟ ଦିଆଯାଉ ଏବଂ ଘଟଣାର ସତ୍ୟତା ସାମ୍ନାକୁ ଆସୁ ବୋଲି ସେ ଦାବି କରିଛନ୍ତି। ଏନେଇ ପରିବାର ଲୋକେ ଆଜି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦେଶ୍ୟରେ ଘଟଣାର ତଦନ୍ତ ପାଇଁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ତେବେ ଘଟଣା ବିଷୟରେ ଆମେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରି ଡ. ବ୍ରଜବନ୍ଧୁ ଦାସଙ୍କୁ ଯୋଗଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏହା ଏକ ସମ୍ବେଦନ ଶୀଳ ଘଟଣା। ପରିବାର ଲୋକେ ଏନେଇ ଯଦି ଲିଖିତ ଅଭିଯୋଗ କରିଛନ୍ତି ତେବେ ଆମେ ନିଶ୍ଚିତ ଘଟଣାର ତଦନ୍ତ କରି ପଦକ୍ଷେପ ନେବୁ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ତେବେ ଏସବୁ ମଧ୍ୟରେ ପ୍ରକୃତରେ ଲଚୁ ଓ ତାଙ୍କ ପରିବାରଙ୍କ ଅଭିଯୋଗ କେତେ ସତ, ଘଟଣା ଯଦି ସତ ତେବେ ଏପରି କାଣ୍ଡ ପଛରେ କାହାର ହାତ ଅଛି, ଏସବୁକୁ ନେଇ ଏକ ବଡ ତଦନ୍ତର ଆବଶ୍ୟକତା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ