କେନ୍ଦ୍ର ଗୃହମନ୍ତ୍ରୀ ଶାହ ଆଜି ଦିଲ୍ଲୀରେ ଆଂଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ ମୁଖ୍ୟଙ୍କ ଜାତୀୟ ସମ୍ମିଳନୀର କରିବେ ଉଦଘାଟନ
ନୂଆଦିଲ୍ଲୀ, 16 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ରାଜଧାନୀ ଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀର ଉଦ୍ଘାଟନ କରିବେ। ଗୃହ ମନ୍ତ୍
କେନ୍ଦ୍ର ଗୃହମନ୍ତ୍ରୀ ଶାହ     ଆଜି ଦିଲ୍ଲୀରେ ଆଂଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ ମୁଖ୍ୟଙ୍କ ଜାତୀୟ ସମ୍ମିଳନୀର କରିବେ     ଉଦଘାଟନ


ନୂଆଦିଲ୍ଲୀ, 16 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ

ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ରାଜଧାନୀ ଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ

ପ୍ରଦେଶମାନଙ୍କର ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀର

ଉଦ୍ଘାଟନ କରିବେ।

ଗୃହ ମନ୍ତ୍ରଣାଳୟ ଅନୁସାରେ, ଏହି ଦୁଇ ଦିନିଆ ସମ୍ମିଳନୀର ଆୟୋଜନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କରିଛି। ଏହି

ସୁଯୋଗରେ ଶାହ ଏନସିବିର ବାର୍ଷିକ ରିପୋର୍ଟ–2024 ପ୍ରକାଶ କରିବେ ଏବଂ

ଅନଲାଇନ ଡ୍ରଗ୍ ବିନଷ୍ଟିକରଣ ଅଭିଯାନର ଶୁଭାରମ୍ଭ କରିବେ ।

ସମ୍ମିଳନୀରେ ୩୬ଟି ରାଜ୍ୟ ଓ

କେନ୍ଦ୍ରଶାସିତ ପ୍ରଦେଶର ଆଂଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ ମୁଖ୍ୟମାନଙ୍କ, ସହିତ ବିଭିନ୍ନ ସରକାରୀ ବିଭାଗର ପ୍ରତିନିଧିମାନେ ଅଂଶ ନେବେ। ଏହି ବର୍ଷ ସମ୍ମିଳନୀର ବିଷୟ

ହେଉଛି ଏକତ୍ର ସଂକଳ୍ପ, ସାଂଘିକ ଦାୟିତ୍ୱ।

ଏହାର ଉଦ୍ଦେଶ୍ୟ ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନଶା-ମୁକ୍ତ ଭାରତ ର ସଂକଳ୍ପକୁ ଶକ୍ତିଶାଳୀ

କରିବା ଏବଂ ଏହି ଲକ୍ଷ୍ୟ ପାଇଁ ଏକ ଠୋସ ରୋଡମ୍ୟାପ୍ ପ୍ରସ୍ତୁତ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande