ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାରେ ୪ ଗିରଫ
ପୁରୀ, ୧୬ ସେପ୍ଟେମ୍ବର (ହି.ସ.) - ବ୍ରହ୍ମଗିରି ଓ ସଦରଥାନା ଅନ୍ତର୍ଗତ ପ୍ରସିଦ୍ଧ ବାଲିହରଚଣ୍ଡୀ ପୀଠରେ ଗତ ୧୩ ତାରିଖ ଶନିବାର ଦିନ ଏକ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବ୍ରହ୍ମଗିରି ଅଂଚଳର ପ୍ରେମି ଯୁଗଳ ବାଲିହରଚଣ୍ଡୀ ମନ୍ଦିର ବୁଲିବା ସହ ସ
ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାରେ ୪ ଗିରଫ


ପୁରୀ, ୧୬ ସେପ୍ଟେମ୍ବର (ହି.ସ.) - ବ୍ରହ୍ମଗିରି ଓ ସଦରଥାନା ଅନ୍ତର୍ଗତ ପ୍ରସିଦ୍ଧ ବାଲିହରଚଣ୍ଡୀ ପୀଠରେ ଗତ ୧୩ ତାରିଖ ଶନିବାର ଦିନ ଏକ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବ୍ରହ୍ମଗିରି ଅଂଚଳର ପ୍ରେମି ଯୁଗଳ ବାଲିହରଚଣ୍ଡୀ ମନ୍ଦିର ବୁଲିବା ସହ ସୁନାମୁଖୀ ନଦୀ ପାର ହେବା ପାଇଁ ୪ ଜଣ ଯୁବକ ସହଯୋଗ କରିଥିଲେ । ପରେ ସମୁଦ୍ରକୂଳ ନିକଟସ୍ଥ ଝାଉଁ ଜଙ୍ଗଲରେ ପ୍ରେମି ଯୁଗଳ ବସିଥିଲେ । ୪ ଜଣ ଅଭିଯୁକ୍ତ ଯୁବକ ବ୍ଲାକମେଲ କରିବା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ତାଙ୍କ ଫଟୋଚିତ୍ର ଉତୋଳନ କରିଥିଲେ । ପରେ ତାଙ୍କୁ ଫଟୋଚିତ୍ର ଦେଖାଇ ପ୍ରାୟ ୩ ହଜାର ୫ ଶହ ଟଙ୍କା ନେବା ପରେ ମଧ୍ୟ ଆହୁରି ଟଙ୍କା ମାଗିଥିଲେ । ପରେ ପ୍ରେମିକକୁ ଝାଉଁ ଗଛରେ ବାନ୍ଧି ଯୁବତୀଙ୍କୁ ୨ ଜଣ ଯୁବକ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିବା ପୁରୀ ସଦର ଥାନାରେ ପୀଡିତା ଲିଖିତ ଅଭିଯୋଗ କରିଥିଲେ। ଦୁଇଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସଂପୃକ୍ତ ଘଟଣାରେ ପୋଲିସ ୩ ଜଣକୁ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାଙ୍କୁ ପୋଲିସ ଆନ୍ଧ୍ର ଓଡ଼ିଶା ସୀମାନ୍ତରୁ ଗିରଫ କରିଛି । ମଙ୍ଗଳବାର ୪ ଜଣ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି । ଗତକାଲି ପୀଡିତା ଯୁବତୀର ଡାକ୍ତରୀ ମାଇନା କରାଯାଇଥିଲା । ମଙ୍ଗଳବାର ବାଲିହରଚଣ୍ଡୀ ଓ ଘଟଣା ସ୍ଥଳକୁ ପୋଲିସ ଓ ଅଭିଯୁକ୍ତଙ୍କୁ ନେଇ ଘଟାଇଥିବା ଘଟଣା ସମ୍ପର୍କରେ ଦେଖାଇଥିଲେ ଏବଂ ପୋଲିସ ସାଇଂଟିଫିକ ଦଳ ମଧ୍ୟ ଯାଇଥିଲେ । ଏ ସମ୍ପର୍କରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ସୂଚନା ଦେଇ କହିଛନ୍ତି ଏହି ଘଟଣା ଅତି ନିନ୍ଦନୀୟ ଓ ଦୁଃଖଦ ଘଟଣା । ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ତଦନ୍ତ ପରେ ଘଟଣାର ରୂପରେଖ ସ୍ପଷ୍ଟ ହେବ । ବାଲିହରଚଣ୍ଡୀ ପର୍ଯ୍ୟଟନ ସ୍ଥଳରେ ଏକ ଫାଣ୍ଡି ନିର୍ମାଣ ପାଇଁ ସରକାରଙ୍କୁ ଏକ ଲିଖିତ ଆକାରରେ ଜଣାଇଛୁ । ପ୍ରେମି ଯୁଗଳ କାନ୍ଦି କାନ୍ଦି ଆସି ମନ୍ଦିର ନିକଟରେ ସମସ୍ତ ଘଟଣା କହିବାରୁ ସେଠାରେ ପୋଲିସ ପହଂଚି ଛାନଭିନ କରିଥିଲା । ସୋମବାର ଅପରାହ୍ନରେ ପୀଡିତା ପୁରୀ ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଥାନା କେସ ନମ୍ବର ୫୫୨/୨୫ରେ ମାମଲା ରୁଜୁ କରିଥିଲା । ପର୍ଯ୍ୟଟନ ସ୍ଥଳୀ ବାଲିହରଚଣ୍ଡୀ ପୀଠରେ ବ୍ୟାପକ ପୋଲିସ ନଥିବାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଗୋପାଳପୁରରେ ଏଭଳି ଘଟଣା ଘଟିଥିବା ବେଳେ ବ୍ରହ୍ମଗିରିର ଏହି ଘଟଣା ଚହଳ ସୃଷ୍ଟି କରିଛି । ବାଲିହରଚଣ୍ଡୀ ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ସତ୍ୟ ଘଟଣା ଏବେ ଡିବିଡିବି ହୋଇ ବାଜୁଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande