ଡେରାଡୁନ, 16 ସେପ୍ଟେମ୍ବର (ହି.ସ.)- ଉତ୍ତରାଖଣ୍ଡରେ
ସୋମବାର ରାତିରେ ଭୟଙ୍କର ବର୍ଷା ଯୋଗୁ ଡେରାଡୁନ ଜିଲ୍ଲାର ସହସ୍ତ୍ରଧାରା ଅଞ୍ଚଳର ଅନେକ ଘର ଭାସିଯାଇଛି
। ପର୍ଯ୍ୟଟନ ସ୍ଥଳ ସହସ୍ତ୍ରଧାରାକୁ ମଧ୍ୟ ବହୁ କ୍ଷତି ପହଁଚିଛି — ଏଠାରେ ଅନେକ ଦୋକାନ ଭାସିଯାଇଛି।
ସୌଙ୍ଗ ନଦୀ ଫୁଲୁଥିବାରୁ
ଏହାଯୋଗୁ ବିପଦ ସୃଷ୍ଟି ହୋଇଛି । ରାୟପୁର କେଶରୱାଳାରେ ସଡ଼କର ପ୍ରାୟ ୯୦ ମିଟର ଅଂଶ ଧ୍ୱସ୍ତ ହୋଇଯାଇଛି। ହରିଦ୍ୱାର ଜାତୀୟ ରାଜମାର୍ଗ ଉପରେ ଲାଲତପ୍ପଡ଼
ଅଞ୍ଚଳରେ ସୀମା ଡେଣ୍ଟାଲ୍ କଲେଜ୍ ନିକଟରେ ପ୍ରବଳ ବର୍ଷା ରାଜମାର୍ଗରେ ପ୍ରବଳ ବର୍ଷା କାରଣରୁ ଏକ ପୋଲର ଗୋଟିଏ ଅଂଶ ନଷ୍ଟ ହୋଇଯାଇଛି। ରିଲିଫ ଓ ରେସକ୍ୟୁ ଦଳ ଘଟଣାସ୍ଥଳରେ
ଉପସ୍ଥିତ ଅଛନ୍ତି ଓ କାର୍ଯ୍ୟ ଜାରି ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା