ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)
- ଉତ୍ତରାଖଣ୍ଡ
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେବଭୂମି ଉତ୍ତରାଖଣ୍ଡର
ବିକାଶକୁ ସମର୍ପିତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ
ନେତୃତ୍ୱ ଓ ଆପଣଙ୍କର କୁଶଳ
କ୍ରିୟାନ୍ୱୟନରେ ଉତ୍ତରାଖଣ୍ଡ
ଏକ ନୂତନ ଅଧ୍ୟାୟ ଲେଖିଛି — ଯେଉଁଠାରେ
ପାରଦର୍ଶୀ ଶାସନ ଓ ବିକାଶମୁଖୀ ନୀତିଗୁଡ଼ିକ ପ୍ରମୁଖ ଭୂମିକା ନିଭାଇଛି।
ଆପଣଙ୍କର କାର୍ଯ୍ୟଶୈଳୀ
ଉତ୍ତରାଖଣ୍ଡର ଆଗାମୀ ପିଢ଼ୀମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ସଶକ୍ତ ଭବିଷ୍ୟତର ପଥ ପ୍ରସ୍ତୁତ କରୁଛି।
ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ ଯେ, ସେ ଆପଣଙ୍କୁ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଅବିରତ ଉର୍ଜାରେ ପୂର୍ଣ୍ଣ କରୁନ୍ତୁ, ଓ ଆପଣ ଦେବଭୂମିକୁ
ଆଉ ଅଧିକ ଉଚ୍ଚତାକୁ ନେଇଯାଆନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା