ଧର୍ମଶାଳା,୧୬ସେପ୍େଟମ୍ବର(ହି.ସ.) - ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ବଡ ବାଲିକୁଦସ୍ଥିତ କେଲୁଅ ନଦୀ ଘାଟରେ ବେଆଇନ ବାଲି ଖାଦାନରୁ ବାଲି ବୋଝେଇ କରି ନେଇ ଯାଇଥିବା ୨ଟି ଟ୍ରାକ୍ଟରକୁ ଜବତ କରିଛି ଲଘୁ ଖଣି ବିଭାଗ । ଦୀର୍ଘ ଦିନ ଧରି ଏହି କେଲୁଅ ନଦୀ ଘାଟରୁ ଚୋରାରେ ହାଇୱା ଓ ଟ୍ରାକ୍ଟରରେ ଦିନ ରାତି ଏକ କରି ବିଭିନ୍ନ ସ୍ଥାନକୁ ବାଲି ଚାଲାଣ କରି ମାଫିଆମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁ ଥିବା ବେଳେ ସେପଟେ ସରକାର ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଛନ୍ତି । ଏହି ଘଟଣାକୁ ନେଇ ବାରମ୍ବାର ଅଭିଯୋଗ ପରେ ଆଜି ସକାଳୁ ସକାଳୁ ଲଘୁ ଖଣିଜ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ଟି ବାଲି ବୋଝେଇ କରି ନେଇ ଯାଉଥିବା ବେଳେ ଜବତ କରାଯାଇ ବାଲିଚନ୍ଦ୍ରପୁର ଥାନାକୁ ଜିମା ଦିଆଯାଇଥିଲା । ଅନ୍ୟ ପକ୍ଷେ ଏହି ଘଟଣାରେ ମାଫିଆମାନଙ୍କୁ ଆଗୁଆ ସୂଚନା ଦେଇ ଚଢାଉ କରାଯାଇଥିବା ବେଳେ କେବଳ ଘର କରିବାକୁ ନେଇ ଯାଉଥିବା ଟ୍ରାକ୍ଟରକୁ ଲଘୁ ଖଣିଜ ବିଭାଗ ଜବତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ