ଦୁବାଇକୁ ଫ୍ଲାଇଟ୍ ବନ୍ଦ ନହେବାକୁ ଚେଷ୍ଟା ଚାଲିଛି
ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ.)- ଦୁବାଇକୁ ବିମାନ ସେବା ବନ୍ଦ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ସେ କହିଛନ୍ତି ଯେ ଦୁବାଇ ଫ୍ଲାଇଟ ବନ୍ଦ ନେଇ ଆଶଙ୍କା ଥିଲା। ହେଲେ ଏପରି କିଛି ଖବର ଆସିନି। ଖୁବଶୀଘ୍ର ସବିଶେଷ ଖବର ଆସିଯିବ। ଚ
ଦୁବାଇକୁ ଫ୍ଲାଇଟ୍ ବନ୍ଦ ନହେବାକୁ ଚେଷ୍ଟା ଚାଲିଛି


ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ.)- ଦୁବାଇକୁ ବିମାନ ସେବା ବନ୍ଦ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ସେ କହିଛନ୍ତି ଯେ ଦୁବାଇ ଫ୍ଲାଇଟ ବନ୍ଦ ନେଇ ଆଶଙ୍କା ଥିଲା। ହେଲେ ଏପରି କିଛି ଖବର ଆସିନି। ଖୁବଶୀଘ୍ର ସବିଶେଷ ଖବର ଆସିଯିବ। ଚେଷ୍ଟା ଚାଲିଛି ଯେ ସିଡ୍ୟୁଲ ପରିବର୍ତନ କରିବାକୁ। ହେଲେ ଫ୍ଲାଇଟ ଯେପରି ବନ୍ଦ ନ ହୁଏ, ସେ ନେଇ ବିମାନବନ୍ଦର କର୍ତୃପକ୍ଷ, ସରକାର ଓ ବିମାନ ସେବା ଚେଷ୍ଟା କରୁଛନ୍ତି। ଗତବର୍ଷ ୪୮ଲକ୍ଷ ୩୦ ହଜାର ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ଯାତାୟାତ କରିଥିଲେ। ଯାହା ଦେଶରେ ୧୩ ତମ ଓ ପୂର୍ବ ଭାରତରେ କୋଲକାତା ପରେ ଦ୍ୱିତୀୟ। ଭୁବନେଶ୍ୱର ଏକ ଲାଭଜନକ ବିମାନ ବନ୍ଦର। ଗତବର୍ଷ ୧୦୦ କୋଟି ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ୧୪୭ କୋଟି ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି। ସୁରଟକୁ ପୁଣି ବିମାନ ଉଡ଼ିବ। ଶ୍ରୀନଗରକୁ ଡ଼ାଇରେକ୍ଟ ଫ୍ଲାଇଟ ଯାଇଥାନ୍ତା । ହେଲେ ଅପରେସନ ସିନ୍ଦୁର ପାଇଁ ସ୍ଥଗିତ ରହିଛି ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande