ସୁସ୍ଥ ନାରୀ ସୁସ୍ଥ ପରିବାର ଅଭିଯାନ ଅକ୍ଟୋବର ୨ ପର୍ଯ୍ୟନ୍ତ
ପୁରୀ, ୧୬ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲା ରେ ସୁସ୍ଥ ନାରୀ ସୁସ୍ଥ ପରିବାର ଅଭିଯାନ ଚଳିତ ମାସ ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ କାର୍ଯ୍ଯାଳୟ ପକ୍ଷରୁ ଏଥିପାଇଁ ବିବିଧ କାର୍
ସୁସ୍ଥ ନାରୀ ସୁସ୍ଥ ପରିବାର ଅଭିଯାନ ଅକ୍ଟୋବର ୨ ପର୍ଯ୍ୟନ୍ତ


ପୁରୀ, ୧୬ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲା ରେ ସୁସ୍ଥ ନାରୀ ସୁସ୍ଥ ପରିବାର ଅଭିଯାନ ଚଳିତ ମାସ ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ କାର୍ଯ୍ଯାଳୟ ପକ୍ଷରୁ ଏଥିପାଇଁ ବିବିଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ସିଏଚସି, ପିଏଚସି ଓ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ବେଛାକୃତ ରକ୍ତଦାନ ଶିବିର ଓ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ ଯୋଜନା ଶିବିର ଆୟୋଜନ କରାଯିବ। ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅକ୍ଷୟ କୁମାର ଶତପଥୀ ଡି ଏଚ ଏଚ, ସମସ୍ତ ସିଏଚସି, ପିଏଚସି ଓ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯିବା ସହ ସରକାରଙ୍କ ଧାର୍ଯ୍ୟ ପ୍ରୋଟୋକଲ ବା ମାର୍ଗଦର୍ଶିକା ଆଧାରରେ ଏହାକୁ ଅନୁପାଳନ ପାଇଁ ଡା. ଶତପଥୀ ପରାମର୍ଶ ଦେଇଛନ୍ତି।

ସେହିପରି ଅକ୍ଟୋବର ୧ ତାରିଖରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ ହେବ । ଏଥିରେ ଉପସ୍ଥିତ ରହି ରକ୍ତଦାନ କରିବାକୁ ଡା. ଶତପଥୀ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande