ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ମଣ୍ଡିରେ ତିନିଜଣଙ୍କ ମୃତ୍ୟୁ, 2 ନିଖୋଜ
ଶିମଲା, 16 ସେପ୍ଟେମ୍ବର (ହି.ସ.)- ହିମାଚଳ ପ୍ରଦେଶରେ ସୋମବାର ବିଳମ୍ବିତ ରାତିରେ ହୋଇଥିବା ଭୟଙ୍କର ବର୍ଷା ପୁଣି ରାଜ୍ୟକୁ କମ୍ପିତ କରିଦେଇଛି। ମଣ୍ଡି ଜିଲ୍ଲାର ନିହରୀ ଓ ଧର୍ମପୁର ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ନିହରୀରେ ଭୂସ୍ଖଳନ ହେବାରୁ ତିନିଜଣ ବ୍ୟକ
ହିମାଚଳ ପ୍ରଦେଶରେ ପ୍ରବଳ     ବର୍ଷା, ମଣ୍ଡିରେ ତିନିଜଣଙ୍କ ମୃତ୍ୟୁ, 2 ନିଖୋଜ


ଶିମଲା, 16 ସେପ୍ଟେମ୍ବର (ହି.ସ.)- ହିମାଚଳ ପ୍ରଦେଶରେ

ସୋମବାର ବିଳମ୍ବିତ ରାତିରେ ହୋଇଥିବା ଭୟଙ୍କର ବର୍ଷା ପୁଣି ରାଜ୍ୟକୁ କମ୍ପିତ କରିଦେଇଛି।

ମଣ୍ଡି ଜିଲ୍ଲାର ନିହରୀ ଓ

ଧର୍ମପୁର ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ନିହରୀରେ ଭୂସ୍ଖଳନ ହେବାରୁ ତିନିଜଣ

ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଧର୍ମପୁରରେ ଦୁଇଜଣ ବ୍ୟକ୍ତି ଏପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା

ମିଳିଛି। ରାଜଧାନୀ ଶିମଲାରେ ମଧ୍ୟ ଭୂସ୍ଖଳନ ଓ ଗଛ ଭାଙ୍ଗିବାରୁ ଅନେକ ଗାଡ଼ି କ୍ଷତିଗ୍ରସ୍ତ

ହୋଇଛି।

ମଣ୍ଡି ଜିଲ୍ଲାର ଧର୍ମପୁରରେ ପ୍ରବଳ

ବର୍ଷା ହେବାରୁ ସୋନ ଖଡ଼ ଓ ନିକଟସ୍ଥ ନାଳରେ ହଠାତ୍ ପାଣି ଭରିଯାଇଥିଲା । କେବଳ କିଛି ସମୟ

ମଧ୍ୟରେ ପାଣିର ସ୍ତର ଏତେ ବଢ଼ିଯାଇଥିଲା ଯେ ଏହା ରୌଦ୍ର ରୂପ ଧାରଣ କରିଥିଲା।

ଧର୍ମପୁର ବସ୍ ଷ୍ଟାଣ୍ଡ ସଂପୂର୍ଣ୍ଣ

ଭାବେ ପାଣିରେ ବୁଡିଯାଇଥିଲା ଓ ସେଠାରେ ଥିବା ଅନେକ ବସ୍ ଓ ଗାଡ଼ି ଜଳପ୍ରବାହରେ ଭାସିଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande