ଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର : ମନମୋହନ ସାମଲ
ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ.)- ଦେଶ ସ୍ୱାଧୀନତାର ୭୮ ବର୍ଷ ପରେ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି। ଏବେ ରାଜ୍ୟରେ ଥିôବା ସମସ୍ତ ସମସ୍ୟାର ସମାଧାନ ପାଇଁ ସମୟ ଆସଛି। ଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର । ସବୁ ସମସ୍ୟାର ସମାଧାନ କରି ଓଡ଼ିଶାକୁ ୧ ନମ୍ବର କର
ଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର : ମନମୋହନ ସାମଲ


ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ.)- ଦେଶ ସ୍ୱାଧୀନତାର ୭୮ ବର୍ଷ ପରେ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି। ଏବେ ରାଜ୍ୟରେ ଥିôବା ସମସ୍ତ ସମସ୍ୟାର ସମାଧାନ ପାଇଁ ସମୟ ଆସଛି। ଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର । ସବୁ ସମସ୍ୟାର ସମାଧାନ କରି ଓଡ଼ିଶାକୁ ୧ ନମ୍ବର କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଭଦ୍ରକ ଜିଲା ଚାନ୍ଦବାଲିଠାରେ ଅନୁୂଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ଚାନ୍ଦବାଲି ଏକ ସମସ୍ୟା ବହୁଳ ବିଧାନସଭା । ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ଚାନ୍ଦବାଲିରେ ଏବେ ବି ଜଳସେଚନର ସୁବିଧା ନଥିବା କାରଣରୁ ଚାଷୀମାନେ କଠିନ ପରିଶ୍ରମ କରି ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଏସବୁ ଅସୁବିଧାକୁ ଦୂର କରାଯିବ। ବିଜେପି ଏବେ ସରକାରରେ ଅଛି, ଏହି ସମୟ ମଧ୍ୟରେ ଚାନ୍ଦବାଲିରେ ଯାହା ସବୁ ସମ୍ଭାବନା ରହିଛି ତାହା ପୂରଣ କରାଯିବ। ଏଥିପାଇଁ ସମସ୍ତଙ୍କୁ ମିଳିତ ଭାବେ ସହଯୋଗ କରିବାକୁ ପଡ଼ିବ। ଏହାଦ୍ୱାରା ଚାନ୍ଦବାଲିର ସାମଗ୍ରିକ ବିକାଶ ହୋଇପାରିବ । ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ। ଲୋକେ ଯେପରି ବାହର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ସେଥିପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଏଥିପାଇଁ ଭିତିଭୂମିର ବିକାଶ କରିବେ ବିଜେପି ସରକାର। ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ।

ଆଜିର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବିଧାୟକ ସୀତାଂଶୁ ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଜିଲା ସଭାପତି ଭଗବାନ ପଣ୍ଡାଙ୍କ ସମେତ ଜିଲାସ୍ତରୀୟ ଓ ମଣ୍ଡଳସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଚାନ୍ଦବାଲି ବସ୍‌?ଷ୍ଟାଣ୍ଡ, ଉଦ୍‌?ଘାଟନ କରାଯିବା ସହ ଅଟଳ ପାର୍କ ଶିଳାନ୍ୟାସ, ମେନ୍ ମାର୍କେଟ ଭେଣ୍ଡିଂ ଜୋନର ଶିଳାନ୍ୟାସ କରାଯାଇଥିଲା । ରାଜ୍ୟ ସଭାପତି ଭାବେ ପୁନଃ ଦାୟିତ୍ୱ ନେବା ପରେ ଶ୍ରୀ ସାମଲ ଭଦ୍ରକ ଜିଲ୍ଲା ଗସ୍ତର ଆସି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରି ରାଜ୍ୟର କଲ୍ୟାଣ ଓ ଉନ୍ନତି କାମନା କରିଥିଲେ । ସେଠାରେ ଶ୍ରୀ ସାମଲଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଚାନ୍ଦବାଲିଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ ।

ଶ୍ରୀ ସାମଲଙ୍କ ଏହି ଗସ୍ତ ସମୟରେ ବାରିକ ସାହି, ଦୋଳସାହି, ନନ୍ଦପୁର, ତିହିଡ଼ି, କୋହ୍ଲ, କମାରିଆ, ଆରୁଅ, ସନ୍ତପୁରା, ପିରହାଟ, ବିନ୍ଧା, ଦୌଲତପୁର, ନୂଆବଜାର, ମଝିବଜାର, ବାମନ ବିନ୍ଧା, କାନପୁର. ବିବେକାନନ୍ଦପୁର, ସାମନ୍ତରାପୁର, ଗଦି, କ୍ଷେରଙ୍ଗ, ନାଲଗୁଣ୍ଡା, ଦିଗଛିଆ, ମତୋ, ଭାଟପଡ଼ା ଛକରେ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ବିପୁଳ ସ୍ୱାଗତ ଜଣାଇଥିଲେ । ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଚାନ୍ଦବାଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande