ହରିଦ୍ୱାର, 16 ସେପ୍ଟେମ୍ବର (ହି.ସ.)
- ଦେବଭୂମି
ଉତ୍ତରାଖଣ୍ଡର ଧାର୍ମିକ ନଗରୀରେ ଅବସ୍ଥିତ ଦେବସଂସ୍କୃତି ବିଶ୍ୱବିଦ୍ୟାଳୟ ଏକ ଐତିହାସିକ
ମୁହୂର୍ତ୍ତର ସାକ୍ଷୀ ପାଲଟିଛି । ଏଠାରେ ଦେଶ-ବିଦେଶର ଏଆଇ ବିଶେଷଜ୍ଞମାନଙ୍କ ସହିତ ମାନ୍ୟଗଣ
ଅତିଥିମାନେ କୃତ୍ରିମ ବୁଦ୍ଧିମତା (ଏଆଇ): ବିଶ୍ୱାସ ଓ ଭବିଷ୍ୟତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ଉପରେ ଆଲୋଚନା କରିଛନ୍ତି। ପାଶ୍ଚାତ୍ୟ ଦେଶର ଏଆଇବିଶେଷଜ୍ଞମାନେ କୃତ୍ରିମ ବୁଦ୍ଧିମତାକୁ ବର୍ତ୍ତମାନ ସମୟର ଆବଶ୍ୟକତା
ଭାବେ ବର୍ଣ୍ଣନା କରିଛନ୍ତି । ଭାରତୀୟ ବୈଜ୍ଞାନିକମାନେ ବିଜ୍ଞାନ ଓ ଅଧ୍ୟାତ୍ମର ସଙ୍ଗମ
ମାଧ୍ୟମରେ ବିଭିନ୍ନ ରହସ୍ୟର ସମାଧାନ କରିପାରିବ ବୋଲି କହିଛନ୍ତି ।
ଦେବସଂସ୍କୃତି ବିଶ୍ୱବିଦ୍ୟାଳୟରେ
ଏଆଇବିଶ୍ୱାସ ଓ ଭବିଷ୍ୟତ ବିଷୟରେ ଅନ୍ତର୍ଜାତୀୟ ମହାସମ୍ମିଳନୀକୁ ଲୋକସଭା ଅଧ୍ୟକ୍ଷ ଓମ
ବିର୍ଲା,
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ଦେବସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିକୁଳପତି ଡ଼. ଚିନ୍ମୟ ପଣ୍ଡ୍ୟା
ଓ ଅନ୍ୟାନ୍ୟ ଅତିଥିମାନେ ମିଳିତ ଭାବେ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଲୋକସଭା
ଅଧ୍ୟକ୍ଷ ଓମ୍ ବିର୍ଲା କହିଥିଲେ ଯେ, ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।
ଆଜି ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟବହାର ହେଉଛି। କୃତ୍ରିମ ବୁଦ୍ଧିମତା ସହିତ ଆଧ୍ୟାତ୍ମିକ
ମୂଲ୍ୟବୋଧର ମିଶ୍ରଣ ହେବା ଦରକାର।
ଏଆଇ ମାଧ୍ୟମରେ ସମଗ୍ର
ବିଶ୍ୱରେ ଭାରତର ଜ୍ଞାନ ଓ ସଂସ୍କୃତିକୁ ପହଞ୍ଚାଇବା ପାଇଁ ଏକ ସାର୍ଥକ ପଦକ୍ଷେପ ଗ୍ରହଣ କରାଯିବା
ଦରକାର। ବିଜ୍ଞାନ ଓ ଅଧ୍ୟାତ୍ମର ସମନ୍ୱୟକୁ ସହ କରି ଆଗକୁ ବଢିବା ଉଚିତ୍।
ଲୋକସଭା ଅଧ୍ୟକ୍ଷ ଏହାମଧ୍ୟ
କହିଥିଲେ ଯେ, ଟେକ୍ନୋଲୋଜି
ନବଚାର ମାଧ୍ୟମରେ ଭବିଷ୍ୟତ ପିଢିକୁ ସଶକ୍ତ କରିବା ଦିଗରେ ଦେବସଂସ୍କୃତି ବିଶ୍ୱବିଦ୍ୟାଳୟ କାମ
କରିବ ବୋଲି ସେ ବିଶ୍ୱାସ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା