ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- 'ବିଶ୍ଵ ଓଜୋନ ଦିବସ' ଅବସରରେ ଓଜୋନ
ସ୍ତରର ସୁରକ୍ଷା ପାଇଁ ପରିବେଶ ପ୍ରଦୂଷଣ ରୋକିବାକୁ
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମନ୍ତ୍ରୀ କହିଛନ୍ତି ଯେ, ଓଜୋନ ସୁରକ୍ଷା, ଜୀବଜଗତ ରକ୍ଷା ।
ଓଜୋନ ସ୍ତର ହେଉଛି ଆମ
ପୃଥିବୀର ରକ୍ଷା କବଚ ଯାହାକି ସୂର୍ଯ୍ୟକିରଣରେ ଆସୁଥିବା କ୍ଷତିକାରକ ଅତିବାଇଗଣି ରଶ୍ମିକୁ
ରୋକିବାରେ ଏକ ପାଚେରି ସଦୃଶ୍ୟ କାର୍ଯ୍ୟ କରେ। ମାତ୍ର ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ
ପ୍ରଦୂଷଣ ଦ୍ଵାରା ଏହି ସ୍ତର
ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି। ଏହା ସମଗ୍ର ଜୀବଜଗତ ପାଇଁ ଏକ ବଡ ବିପଦର କାରଣ ପାଲଟିଛି।
ମୁକେଶ ମହାଲିଙ୍ଗ କହିଛନ୍ତି
ଯେ, ଏହାର ସୁରକ୍ଷା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଆଜି 'ବିଶ୍ଵ ଓଜୋନ ଦିବସ' ପାଳନ ହେଉଛି।
ଆସନ୍ତୁ ଓଜୋନ ସ୍ତରର ସୁରକ୍ଷା ପାଇଁ ପରିବେଶ
ପ୍ରଦୂଷଣ ରୋକିବା ନିମନ୍ତେ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା