ଭୋପାଲ, 16 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆସନ୍ତା ୧୭ ସେପ୍ଟେମ୍ବର ତାଙ୍କ ଜନ୍ମଦିନର ଅବସରରେ ଦେଶର ପ୍ରଥମ ପିଏମ ମିତ୍ରପାର୍କର ଶିଳାନ୍ୟାସ କରିବେ।
ମଧ୍ୟପ୍ରଦେଶର ଧାର ଜିଲ୍ଲାର
ଭୈଁସୋଲା ଗ୍ରାମରେ ୨୧୫୮ ଏକଡ଼ ଜମିରେ ଏହି ପାର୍କ ସ୍ଥାପିତ ହେବ। ଏହି ପ୍ରଥମ ପିଏମ ମିତ୍ରପାର୍କ
ପାଇଁ ଦେଶର ୧୧୪ଟି ଅଗ୍ରଣୀ ଟେକ୍ସଟାଇଲ୍ କମ୍ପାନୀଠାରୁ ୨୩ ହଜାର କୋଟି ଟଙ୍କାଠାରୁ ଅଧିକ
ମୂଲ୍ୟର ବିନିଯୋଗ ପ୍ରସ୍ତାବ ମିଳିଛି।
ଏହି ପ୍ରସ୍ତାବମାନଙ୍କ
ମଧ୍ୟରୁ ୯୧ଟି କମ୍ପାନୀ ଓ ୟୁନିଟ୍ ର ଆବେଦନକୁ ଅନୁମୋଦନ ଦିଆଯାଇଛି ଓ ୧୨୯୪ ଏକଡ଼ ଠାରୁ ଅଧିକ
ଜମି ଆବଣ୍ଟନ ପାଇଁ ସୁପାରିଶ କରାଯାଇଛି।
ଶିଳାନ୍ୟାସ କାର୍ଯ୍ୟକ୍ରମ
ପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ ସହିତ ଭୋପାଳର ଉଚ୍ଚ ପଦାଧିକାରୀମାନଙ୍କର ତଦାରଖରେ ପ୍ରସ୍ତୁତି
ଚାଲିଛି। ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ନିଜେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ
ଅବଗତ ଅଛନ୍ତି ଓ ନିଜେ ତଦାରଖ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା