ଏନଏସି ଘୋଷଣା ଦାବି ନେଇ ୧୨ ଘଣ୍ଟିଆ ସଇଁତଳା ବନ୍ଦ
ବଲାଗିର 16 ସେପ୍ଟେମ୍ବର (ହି.ସ.)ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ ସଇଁତଲା ବନ୍ଦ ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ସଇଁତଲାକୁ ଏନଏସି କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଭାଜପା ସରକାର ଆସିବା ପରେ ରାଜ୍ୟରେ ନୂତନ ଏନଏସି ଘୋଷଣା ହୋଇଥିଲେ ମଧ୍ୟ ବଲାଙ୍ଗୀର ଜିଲାର
ଏନଏସି ଘୋଷଣା ଦାବି ନେଇ ୧୨ ଘଣ୍ଟିଆ ସଇଁତଳା ବନ୍ଦ


ବଲାଗିର 16 ସେପ୍ଟେମ୍ବର (ହି.ସ.)ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ ସଇଁତଲା ବନ୍ଦ ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ସଇଁତଲାକୁ ଏନଏସି କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଭାଜପା ସରକାର ଆସିବା ପରେ ରାଜ୍ୟରେ ନୂତନ ଏନଏସି ଘୋଷଣା ହୋଇଥିଲେ ମଧ୍ୟ ବଲାଙ୍ଗୀର ଜିଲାର ସଇଁତଳାକୁ ବାଦ୍‌ ଦିଆଯାଇଛି । ଏହାର ପ୍ରତିବାଦରେ ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ଦିନ ବିଜେଡ଼ି ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ ଥିବାବେଳେ ରାସ୍ତାରେ ଯାଉଥିବା ଗାଡି ମଟରକୁ ବନ୍ଦ କରୁଥିବା ଦେଖାଯାଇଛି । ପୁର୍ବତନ ମନ୍ତ୍ରୀ ଟୁକୁନି ସାହୁ,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜିଲା ପରିଷଦ ପ୍ରମୋଦ ଭୋଇ, ବିଜେଡ଼ି ବ୍ଲକ ସଭାପତି ଟୁନୁ ରାଜପାଲିଆ, ସରପଞ୍ଚ ପୁରୋଷତମ କଲତା, ସଇଁତଳା ସରପଞ୍ଚ ସୁବ୍ରତ ନାଗ, ଅମିତ୍‌ ରଥ, ବ୍ଲକ ଉପାଧ୍ୟକ୍ଷ ଗୁଣସାହୁ ମାଝି ଓ ଅନ୍ୟମାନେ ଉପସ୍ଥିତ ରହି ଆନ୍ଦୋଳନରେ ସାମିଲ ହୋଇ ଏନଏଚ ରାସ୍ତା ଉପରେ ବସି ପ୍ରତିବାଦ ସଭା କରିଥିବା ଦେଖାଯାଇଥିଲା l ଆଗାମୀ ଦିନରେ ରାଜ୍ୟ ସରକାର ସଇଁତଳାକୁ ଏନଏସି ଘୋଷଣା ନ କଲେ ଆନ୍ଦୋଳନ ଭୟାବହ ହେବ ବୋଲି ବିଜେଡ଼ି ନେତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande