ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ.)- ସନ୍ନ୍ୟାସୀ ପ୍ରସଙ୍ଗ ଉଠାଇ ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର।ଶ୍ରୀମୟୀ ପରୋକ୍ଷରେ ପାଣ୍ଡିଆନ୍ଙ୍କୁ ଭଣ୍ଡ ସନ୍ୟାସୀ ବୋଲି ଆକ୍ଷେପ କରିଥିବା ଚର୍ଚ୍ଚା ହେଉଛି।
ଶ୍ରୀମୟୀ ମିଶ୍ର ନିଜର ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ସନ୍ଥ, ସନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି,ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି। ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ଶୂନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେ଼ଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି।
ଶ୍ରୀମୟୀଙ୍କ ଏହି ପୋଷ୍ଟ ପରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି ସେ ଆଗରୁ କେମିତି ସନ୍ତୁଷ୍ଟ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ ହେଲେ ସେ କୁହନ୍ତୁ। ଦଳ ଭିତରେ ଯିଏ ବିଶୃଙ୍ଖଳା କରିବ, ସଭାପତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ।
ସେହିପରି ଶ୍ରୀମୟୀଙ୍କ ନାଁ ନନେଇ ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ମର୍ଡନ ଯୁଗର ମନ୍ଥରା ଏ ଭଳି ନେତ୍ରୀ । ଯେଉଁଠି ଯିବେ ଘର ଭାଙ୍ଗିବେ। ଭଦ୍ର ଶିକ୍ଷା ପାଇଥିଲେ ଏଭଳି ଭାଷା କୁହନ୍ତେ ନାହିଁ । ପୂର୍ବରୁ ୪ ଟି ବିଭାଗର ବିଭିନ୍ନ ପଦବୀ ପାଇଛନ୍ତି । ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ପଦବୀରେ ମଧ୍ୟ ରହିଛନ୍ତି । ଶଙ୍ଖ ଭବନରେ ଘଟିଥିବା କିଛି ଘଟଣାର କିଛି ଭିଡିଓ ଆମ ପାଖରେ ଅଛି। ସେହି ଭିଡିଓ ଛାଡିଲେ କେତେ ତଳ ସ୍ତରର ଏ ମହିଳା ସମସ୍ତେ ଜାଣିବେ। ଆଗରୁ ବିଜେଡି ଏହି ନେତ୍ରୀଙ୍କୁ ଖୁଆଇ ଦଉଥିଲା। ଏ ଭଳି ସ୍ୱାର୍ଥପର ନେତ୍ରୀଙ୍କୁ ଗଣ ମାଧ୍ୟମ ଅଧିକ ସମୟ ନ ଦେଉ।
ସୂଚନାଯୋଗ୍ୟ ଯେ ଶ୍ରୀମୟୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଏଇ କିଛି ଦିନ ତଳେ ଗୋଟିଏ ଓଟିଟି ପ୍ଲାଟଫର୍ମରେ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝା ଙ୍କ ୱେବ୍ ସିରିଜ୍ ଦେଖିଲି ଯାହାକି ସନ୍ନ୍ୟାସ ଓ ସନ୍ନ୍ୟାସୀ ଉପରେ ଆଧାରିତ ଥିଲା। ସେଥିରେ କଳାକାରମାନଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଓ ଯୁଗୋପଯୋଗୀ ଥିଲା। ସଂସାରର ସମସ୍ତ ସୁଖ ସମ୍ଭୋଗ ଠୁଁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀ ର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ। ବର୍ତମାନ ଆମସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ୱ।ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି। ପରମୁହୁର୍ତ୍ତ ରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି।
ସନ୍ଥ, ସନ୍ନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି,ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି। ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ଶୂନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି।
ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ
ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେ଼ଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି।
ପୂର୍ବରୁ ପରେ
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା