ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ.)- ଅବକାରୀ ବିଭାଗର ଏନଫୋର୍ସମେଂଟ ସ୍ପେଶାଲ ଡ୍ରାଇଭ୍ ଅଧୀନରେ ୧୫ ଦିନରେ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି ଓ ଯେଉଁଥିରେ ୧. ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଜବତ କରାଯାଇଛି।
ରାଜ୍ୟବ୍ୟାପୀ ଚାଲିଥିବା ଅଭିଯାନରେ ୨୧୬ ଟି ମାମଲା ରୁଜୁ ସହ ବେଆଇନ ମଦ ଏବଂ ନାରକୋଟିକ୍ ବ୍ୟବସାୟ ସହିତ ଜଡିତ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୧୧, ୪୫୧ ଲିଟର ଆଇଡି ଲିକର, ୩୬୭ ଲିଟର ଡ୍ୟୁଟି ପେଡ୍ ଲିକର ୧,୦୫, ୨୪୦ ଲିଟର ପୋଚ ନଷ୍ଟ କରାଯାଇଛି ଓ ଏଥି ସହ ୧୬୦୦ କିଲୋଗ୍ରାମ ମହୁଲି ଫୁଲ ଓ ଚୋରାଚାଲାଣ ପାଇଁ ବ୍ୟବହୃତ ୨୪ଟି ଯାନ ଜବତ ହୋଇଛି।
ନାରକୋଟିକ୍ ବିରୋଧୀ ସ୍ୱତନ୍ତ୍ର ଅଭିଯାନରେ ୧୪ଟି ଏନଡିପିଏସ୍ ମାମଲା ରୁଜୁ ସହ ୭୮ କିଲୋଗ୍ରାମ ଗଞ୍ଜେଇ ଓ ୩୮୮ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ରାଜ୍ୟରେ ଅବୈଧ ମଦ ତଥା ନାରକୋଟିକ୍ କାରବାରକୁ ରୋକିବା ପାଇଁ ଏହି ବିଶେଷ ଅଭିଯାନକୁ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା