ସେନାର 753 ମେଟ୍ରିକ ଟନ୍ ଶୀତକାଳୀନ ସାମଗ୍ରୀ ପହଂଚାଇ ସ୍ୱତନ୍ତ୍ର ଟ୍ରେନ କଶ୍ମୀରୀ ସେଓ ନେଇ ଫେରିଲା ଦିଲ୍ଲୀ
ଶ୍ରୀନଗର, 16 ସେପ୍ଟେମ୍ବର (ହି.ସ.)- ସେନା ପାଇଁ ପ୍ରାୟ 753 ମେଟ୍ରିକ୍ ଟନ୍ ଶୀତକାଳୀନ ଷ୍ଟୋରେଜ ସାମଗ୍ରୀ ପହଞ୍ଚାଇ ସ୍ୱତନ୍ତ୍ର ମାଲଗାଡି କଶ୍ମୀରୀ ସେଓ ନେଇ ଦିଲ୍ଲୀକୁ ଫେରିଛି। ଏହି ବିଶେଷ ମାଲଗାଡ଼ି ସେନାର ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ମାଇଲ୍‌ଷ୍ଟୋନ୍‌ ସାବ୍ୟସ୍ତ ହ
ସେନାର 753 ମେଟ୍ରିକ ଟନ୍     ଶୀତକାଳୀନ ସାମଗ୍ରୀ ପହଂଚାଇ ସ୍ୱତନ୍ତ୍ର ଟ୍ରେନ କଶ୍ମୀରୀ ସେଓ ନେଇ ଫେରିଲା ଦିଲ୍ଲୀ


ଶ୍ରୀନଗର, 16 ସେପ୍ଟେମ୍ବର (ହି.ସ.)- ସେନା ପାଇଁ

ପ୍ରାୟ 753 ମେଟ୍ରିକ୍ ଟନ୍ ଶୀତକାଳୀନ ଷ୍ଟୋରେଜ ସାମଗ୍ରୀ ପହଞ୍ଚାଇ ସ୍ୱତନ୍ତ୍ର ମାଲଗାଡି କଶ୍ମୀରୀ

ସେଓ ନେଇ ଦିଲ୍ଲୀକୁ ଫେରିଛି। ଏହି ବିଶେଷ ମାଲଗାଡ଼ି ସେନାର ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ମାଇଲ୍‌ଷ୍ଟୋନ୍‌

ସାବ୍ୟସ୍ତ ହେଇଛି, ଯାହା

ଉଧମପୁର–ଶ୍ରୀନଗର–ବାରାମୁଲା ରେଲ ଲିଙ୍କରେ ଦୁଇ ଉଦ୍ଦେଶ୍ୟ ଥିବା ଲଜିଷ୍ଟିକ୍ ସହଯୋଗର

ଏକ ନୂଆ ପର୍ଯ୍ୟାୟର ସଂକେତ ଅଟେ।

ଉପରାଜ୍ୟପାଳ ମନୋଜ ସିହ୍ନା

ସୋମବାର ଦିନ ବଡଗାମରୁ ନୂ ଦିଲ୍ଲୀର ଆଦର୍ଶ ନଗର ପାଇଁ ପ୍ରଥମ ନିର୍ଦ୍ଦିଷ୍ଟ ପାର୍ସଲ୍ ଟ୍ରେନ୍‌କୁ

ସବୁଜ ପତାକା ଦେଖାଇଥିଲେ । 180 ଟନ୍ କ୍ଷମତା ବିଶିଷ୍ଟ ଏହି ଟ୍ରେନ୍‌ରେ 8ଟି ପାର୍ସଲ୍ ଭ୍ୟାନ୍

ଅଛି,

ଯାହା ଦ୍ୱାରା ପ୍ରତିଦିନ 23-24 ଟନ୍ ଶୀଘ୍ର ଖରାପ ହେଉଥିବା ଦ୍ରବ୍ୟ, ବିଶେଷକରି ସେଓ, ଉତ୍ତର ଭାରତର ବଜାରରେ ପହଞ୍ଚାଯିବ। ଏହି ମାଲଗାଡ଼ି ସେପ୍ଟେମ୍ବର15ରେ

ବିଡି ବାରି (କଟ୍ରା ନିକଟରେ) ରୁ ଅନନ୍ତନାଗରେ ପହଞ୍ଚିଥିଲା, ଯେଉଁଥିରେ ସେନା ପାଇଁ ରାସନ୍, ଇନ୍ଧନ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଥିବା 753 ମେଟ୍ରିକ୍ ଟନ୍ ସାମଗ୍ରୀ

ଥିଲା। ଏହି ସାମଗ୍ରୀ ଜମ୍ମୁ-କଶ୍ମୀରରେ ମୁତୟନ ସେନା ୟୁନିଟ୍‌ଗୁଡ଼ିକୁ ଶୀତକାଳରେ ବରଫ ଆବୃତ

ହିମାଳୟ କ୍ଷେତ୍ରରେ କୌଣସି ଅଭାବ ନ ହେଉ ସେଥିପାଇଁ ପଠାଯାଇଛି।

ପୂର୍ବରୁ ସେନା ଏହି

ସାମଗ୍ରୀ ଟ୍ରକ୍ ମାଧ୍ୟମରେ ସଡ଼କ ରାସ୍ତାରେ ପଠାଉଥିଲା, କିନ୍ତୁ ଭୂସ୍ଖଳନ କିମ୍ବା ବରଫପାତ ଯୋଗୁ ଅନେକ ସମୟରେ ସମସ୍ୟା ହେଉଥିଲା।

ବର୍ତ୍ତମାନ ଏହି ବିଶେଷ ମାଲଗାଡ଼ି ମାଧ୍ୟମରେ ଦ୍ରୁତ ଓ ସୁରକ୍ଷିତ ଭାବରେ ସେନାର ଲଜିଷ୍ଟିକ୍

ସାମଗ୍ରୀ ପଠାଇବା ଅଧିକ ସହଜ ହୋଇଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande