ଉତ୍ତରାଖଣ୍ଡରେ ନିରନ୍ତର ମୂଷଳଧାରାରେ ବର୍ଷା ଯୋଗୁଁ 15 ଜଣଙ୍କର ମୃତ୍ୟୁ, 16 ଜଣ ନିଖୋଜ
ଡେରାଡୁନ, ସେପ୍ଟେମ୍ବର 17 (ହି.ସ)-ଡେରାଡୁନ ସମେତ ରାଜ୍ୟର ଅନେକ ସ୍ଥାନରେ ସୋମବାର ରାତିରୁବର୍ଷା ଜାରି ରହିଛି।ଯାହା ଫଳରେ ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀଲଗାତାର ପ
ଉତ୍ତରାଖଣ୍ଡରେ ନିରନ୍ତର ମୂଷଳଧାରାରେ ବର୍ଷା ଯୋଗୁଁ 15 ଜଣଙ୍କର ମୃତ୍ୟୁ, 16 ଜଣ ନିଖୋଜ


ଡେରାଡୁନ, ସେପ୍ଟେମ୍ବର 17 (ହି.ସ)-ଡେରାଡୁନ ସମେତ

ରାଜ୍ୟର ଅନେକ ସ୍ଥାନରେ ସୋମବାର ରାତିରୁବର୍ଷା

ଜାରି ରହିଛି।ଯାହା ଫଳରେ ଅନେକ

ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ରରୁ

ମିଳିଥିବା ସୂଚନା ଅନୁଯାୟୀଲଗାତାର ପ୍ରବଳ

ବର୍ଷା ଯୋଗୁଁ ରାଜ୍ୟରେ 15 ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ 13 ଜଣଙ୍କ

ମୃତ୍ୟୁହୋଇଛି ଏବଂ ଅନ୍ୟ 16ଜଣଙ୍କୁ ଖୋଜା

ଚାଲିଛି।

ସରକାର ଏବଂ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ

ଚଳାଇଛନ୍ତି ଏବଂ ପ୍ରାୟ 900 ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।ମୁଷଳଧାର

ବର୍ଷା ଡେରାଡୁନ ଜିଲ୍ଲାର ମାଲଦେବତା, ସହସ୍ରଧାରା, ମଜ୍ୟାଡା ଏବଂ କାର୍ଲିଗାଡରେ

ଜନଜୀବନ ଏବଂ ସମ୍ପତ୍ତିର ବହୁତ କ୍ଷତି ହୋଇଛି। ବର୍ଷା ଏବଂ ଭୂସ୍ଖଳନ ରାସ୍ତା, ସେତୁ ଏବଂ ସରକାରୀ ଏବଂ ବେସରକାରୀ ସମ୍ପତ୍ତିକୁ

ବ୍ୟାପକ କ୍ଷତି ପହଞ୍ଚାଇଛି। ଏନଡିଆରଏଫ ଏବଂ ଏସଡିଆରଏଫ

କାର୍ଲିଗାଡରେ ଫସି ରହିଥିବା 70 ଜଣଙ୍କୁ ସୁରକ୍ଷିତ

ଭାବରେ ଉଦ୍ଧାର କରାଯାଇଛି।ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଡେରାଡୁନ ଜିଲ୍ଲାର ବର୍ଷା

ପ୍ରଭାବିତ ଅଞ୍ଚଳଗୁଡ଼ିକର କ୍ଷେତ୍ର ପରିଦର୍ଶନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ରିଲିଫ ଏବଂ

ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande